Connect with us

Hi, what are you looking for?

ଖେଳ

ସର୍ବଭାରତୀୟ ବ୍ୟାଡ଼ମିନଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି

ଭୁବନେଶ୍ୱର: ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରIକିଙ୍ଗ ବ୍ୟାଡ଼ମିନଟନ ଟୁର୍ନାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି ରୌପ୍ୟ ଜିତିଛନ୍ତି I ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଓଡ଼ିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ମୋଟ 18 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳି ମନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ I ଏଥିରେ 17ବର୍ଷରୁ କମ ମିକ୍ସ ଡବଲସରେ ଓଡିଶାର ପ୍ରଗତି ପରିଡା ଏବଂ ଭାର୍ଗବ ରାମ ରନର୍ସ-ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି I ଓଡ଼ିଶା ଖେଳାଳିଙ୍କ ଏହି ବିଜୟ ଆମ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ଶାସନ ସଚିବ ତଥା ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ନିର୍ଦେଶକ ଶ୍ରୀ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବ୍ୟାଡମିନଟନ କ୍ରୀଡ଼ାର ଉନ୍ନତି ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିନଟନ ଏଚପିସି ପ୍ରତିଷ୍ଠା ସହ ଖେଳାଳି ମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ଯେଉଁ ପ୍ରୟାସ ଆରମ୍ଭ ହୋଇଛି ଏହା ତାର ଜ୍ୱଳନ୍ତ ନିଦର୍ଶନ ବୋଲି ନିର୍ଦେଶକ ଶ୍ରୀ ଦାସ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟକି ଓଡ଼ିଶା ସାଇ ବ୍ୟାଡମିନଟନ ଏକାଡେମୀ ପିଲାମାନଙ୍କ ଉନ୍ନତ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ହଷ୍ଟେଲ ସୁବିଧା ସହ ଖାଇବା ପିଇବା ଉନ୍ନତ କୋଚିଂ, ଶାରୀରିକ ସୁସ୍ଥତା ପାଇଁ ଜିମ, ପୁରୁଷ ଓ ମହିଳା ଫିଜିଓ ନିଯୁକ୍ତ କରିଛନ୍ତି I

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...