Connect with us

Hi, what are you looking for?

ଖେଳ

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା, ବାଦ୍‌ ପଡିଲେ କିଏ ଦେଖନ୍ତୁ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ପାଇଁ ବିସିସିଆଇ  ଘୋଷଣା କଲା ଭାରତୀୟ ଦଳ।   ଫେବୃଆରୀ ୧୬ ତାରିଖରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବ ପ୍ରଥମ ଟି-୨୦ ମୁକାବିଲା । ତେବେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଝଟ୍‌କା ଲାଗିଛି । ଦଳର ଉପଅଧିନାୟକ ଲୋକେସ ରାହୁଲ ଏବଂ ଅକ୍ଷର ପଟେଲ ଆହତ କାରଣୁ ଦଳରୁ ବାଦ୍‌ ପଡିଛନ୍ତି । ଶୁକ୍ରବାର ଏ ନେଇ ସୂଚନା ଦେଇଛି ବିସିସିଆଇ ।

BCCI ଦ୍ବାରା ଜାରି ବୟାନରେ କୁହାଯାଇଛି ଯେ, ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରାହୁଲ ଆହତ ହୋଇଥିଲେ । ତାଙ୍କର ହାର୍ମଷ୍ଟ୍ରିଙ୍ଗ୍‌ ସମସ୍ୟା ଦେଖାଦେଇଥିଲା । ଯେଉଁଥି ପାଇଁ ସେ ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ଅନ୍ୟପଟେ କରୋନାରୁ ସୁସ୍ଥ ହେବାପରେ ଅକ୍ଷର ପଟେଲ ଅଭ୍ୟାସ ଆରମ୍ଭ କରିଛନ୍ତି । କିନ୍ତୁ ଆହତ ସମସ୍ୟା କାରଣରୁ ସେ ମଧ୍ୟ ଦଳରୁ ବାଦ୍‌ ପଡିଛନ୍ତି । ଉଭୟ ଖେଳାଳି ଏବେ ବେଙ୍ଗାଲୁରୁ ସ୍ଥିତ ନେସନାଲ୍ କ୍ରିକେଟ୍‌ ଏକାଡେମୀକୁ ଯିବେ । ସେଠାରେ ପ୍ରଶିକ୍ଷକ ଏବଂ ମେଡିକାଲ ଟିମ୍‌ ଉଭୟଙ୍କୁ ପରୀକ୍ଷା କରିବା ସହିତ ଅଭ୍ୟାସ କରାଇବେ । ତେବେ ଲୋକେସ ରାହୁଲ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ଋତୁରାଜ ଗାୟକଓ୍ବାଡ ଏବଂ ଦୀପକ ହୁଡ୍ଡାଙ୍କୁ ଟି-୨୦ ସ୍କ୍ବାଡ୍‌ରେ ସାମିଲ କରାଯାଇଛି । ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ଫେବୃଆରୀ ୧୬ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ୧୮ ଏବଂ ତୃତୀୟ ମ୍ୟାଚ୍‌ ଫେବୃଆରୀ ୨୦ ତାରିଖରେ ଖେଳାଯିବ । ସମସ୍ତ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେରେ ଖେଳାଯିବ ।

ଟି-୨୦ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଇଶାନ୍‌ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍ଗଟେସ୍‌ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋୟୀ, ଯୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଆବେଶ ଖାନ, ହର୍ଷଲ ପଟେଲ, ଋତୁରାଜ ଗାୟକଓ୍ବାଡ ଏବଂ ଦୀପକ ହୁଡ୍ଡା

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like