Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

IICଙ୍କ ଅଧ୍ୟକ୍ଷତାରେ ଶେଷ ଆମ ପୋଲିସ ସମିତି ବୈଠକ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି l ହୋଇଥିଲା।ଉକ୍ତ ବୈଠକରେ ଟ୍ରାଫିକ ସମସ୍ୟା, ସନ୍ଧ୍ୟାରେ କଡାକଡି ପେଟ୍ରୋଲିଂ, ହେଲମେଟ ଚେକିଂକୁ ଗୁରୁତ୍ବ

ଦିଆଯାଇଥିଲା l ସେହିପରି ରାସ୍ତାରେ ଦୃତ ଗତିରେ ଗାଡି ଚଳାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ବରିଷ୍ଠ ନାଗରିକ
ଚିହ୍ନଟ ସହ ଫର୍ମ ଆବେଦନ ଉପରେ ଗୁରୁତ୍ଵ ଇତ୍ୟାଦି
ବିଷୟରେ ଆଲୋଚନା ହୋଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ,ସମାଜସେବୀ ସୌମ୍ୟକାନ୍ତ ଖୁଣ୍ଟିଆ,କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣନାଥ ମଲ୍ଲିକ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଥାନା ଏ ଏସ ଆଇ ପ୍ରମୋଦ କୁମାର ସେଠୀ, ରବୀନ୍ଦ୍ର କୁମାର ନାୟକଙ୍କ ସମେତ କାକଟପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ସଚେତନ ନାଗରିକ ଏବଂ ବ୍ୟବସାୟୀ ମାନେ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l ପରିଶେଷରେ ଆମ ପୋଲିସ ସମିତିର ସଭାପତି ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ସୁପତ୍ର ସମାଜସେବୀ ସୌମ୍ୟକାନ୍ତ ଖୁଣ୍ଟିଆ ତାଙ୍କର ଶୂନ୍ୟସ୍ଥାନ ପୂରଣ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like