Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରାଷ୍ଟ୍ରପତି ଭାବେ ଶପଥ ନେଲେ ଦୌପ୍ରଦୀ ମୁର୍ମୁ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ

ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଏହାସହ ଆଜିଠୁ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।ଶପଥ ସମାରୋହରେ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ।

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁଙ୍କ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି ବୋଲି କହିଛନ୍ତି।

ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଥିଲେ, ‘ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋତେ ଦାୟିତ୍ୱ ମିଳିଛି। ଏହା ଏକ ଐତିହାସିକ ମୁହୂର୍ତ୍ତ। ଆଗାମୀ ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି। ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ ହୋଇଛି। ଓ୍ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସି ପାରିଛି।’

‘ଏହା ଆମ ଲୋକତନ୍ତ୍ରର ଶକ୍ତି, ଫଳରେ ଜଣେ ଆଦିବାସୀ ଶୀର୍ଷକୁ ଯାଇପାରିଛି। ଜୁଲାଇ ୨୬ କାରଗିଲ ବିଜୟ ଦିବସ ଅବସରରେ ଯବାନଙ୍କୁ ଆଗୁଆ ବଧାଇ ଜଣାଉଛି। କରୋନା ମହାମାରୀରେ ସାରା ବିଶ୍ୱକୁ ସାମର୍ଥ୍ୟ ଦେଖାଇଛି ଭାରତ। ନିକଟରେ ୨୦୦ କୋଟି ଡୋଜ୍ କରୋନା ଟିକା ଭାରତ ଦେଇଛି ’ ବୋଲି  ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତୁ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like