Connect with us

Hi, what are you looking for?

ଅପରାଧ

ପୋଲିସ ଉପସ୍ଥିତିରେ ବୁଥ ଭିତରେ ଯୁବକକୁ ଭୁଜାଲିରେ ହାଣିଲେ

ଭଦ୍ରକ: ବୁଥ୍‌ ଭିତରେ  ଯୁବକଙ୍କୁ ଭୁଜାଲିରେ ଆକ୍ରମଣ। ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଉପସ୍ଥିତିରେ  ଭୁଜାଲିରେ  ଆକ୍ରମଣ ହୋଇଛି। ମତଦାନ ଚାଲିଥିବା ବେଳେ ଏପରି  ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି। ଏହାକୁ ନେଇ ଧାମନଗରରରେ ଉତ୍ତେଜନା ଦେଖିବାକୁ ମିଳିଛି। ବର୍ତ୍ତମାନ ମତଦାନ ବନ୍ଦ ରହିଛି।

ପୌର ନିର୍ବାଚନ ପାଇଁ ଚାଲିଥିଲା ମତଦାନ। ମଧ୍ୟାହ୍ନରେ ରମେଶ ଲେଙ୍କା ନାମକ ଜଣେ ଯୁବକ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୯ ନମ୍ୱର ୱାର୍ଡର ୧୬ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ। ବୁଥ୍‌ ଭିତରେ ସେ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଠିକ୍‌ ଏହି ସମୟରେ ଏସ୍‌.କେ ଅସ୍ତାକ ଏକ ଭୁଜାଲି ଧରି ବୁଥ୍‌ ଭିତରେ ପଶିଲା। ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଆଗରେ ରମେଶ ଲେଙ୍କାଙ୍କୁ ଆକ୍ରମଣ କରିଥିଲା। ପରେ ସେଠାରୁ ଚମ୍ପଟ ମାରିଥିଲା।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like