Connect with us

Hi, what are you looking for?

ଜାତୀୟ

ଦିଲ୍ଲୀରେ ବଢିଲା କରୋନା, ସ୍ଥିତି ଚିନ୍ତା ଜନକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି କାୟା ବିସ୍ତାର କଲାଣି କରୋନା। ଏବେ ଭୂତାଣୁ ସଂକ୍ରମଣର ବେଗ ଏତେ ବଢିଛି ଯେ ଏଥରୁ ଆଗକୁ ସଂକ୍ରମଣ ହାର କେତେ ବଢିବ ତାହା କହିବା ବି ବିଶେଷଜ୍ଞଙ୍କ ଲାଗି କଷ୍ଟକର ହୋଇପଡିଛି। ଭୂତାଣୁର ସଂକ୍ରମଣ ତୀବ୍ର ହେବା ଯୋଗୁ ଗତ ୨୪ ଘଣ୍ଟାରେ ୨ହଜାର ୭୧୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଶୁକ୍ରବାର ଅର୍ଥାତ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀରେ ସଂକ୍ରମଣ ହାର ୨.୪୪ ପ୍ରତିଶତ ଥିବା ବିଶେଷଜ୍ଞ କହିଥିଲେ। ହେଲେ ନୂଆ ମାମଲା ଚିହ୍ନଟ ପରେ ଏଠାରେ ସକରାତ୍ମକତା ହାର ୩.୬୪ ପ୍ରତିଶତକୁ ପହଞ୍ଚିଥିବା ନେଇ ବୈଜ୍ଞାନିକ ଆଶଙ୍କା କରୁଛନ୍ତି।

ଏହା ପୂର୍ବରୁ ଗୁରୁବାର ଦିଲ୍ଲୀର ୩ହଜାର ୩୧୩ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଯାହା ମେ ୨୦୨୧ ପରେ ଦିନକରେ ସଂକ୍ରମଣର ସବୁଠାରୁ ଅଧିକ  ମାମଲା ଥିଲା। ତେବେ ଗୁରୁବାର ତୁଳନାରେ ଶୁକ୍ରବାର ଚିହ୍ନଟ ନୂଆ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୪୮୩ରୁ କିଛି ଅଧିକ ଥିବା ବେଳେ ଶନିବାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଡିସେମ୍ବର ପ୍ରଥମ ସପ୍ତାହରେ ପଜିଟିଭିଟି ହାର ୦.୧ ପ୍ରତିଶତ ଥିଲା। ଯାହା ମାସକରେ ବଢି ୩.୬୪ ପ୍ରତିଶତକୁ ପହଞ୍ଚିସାରିଲାଣି।

ସେପଟେ ନୂଆ କରି ଦେଶକୁ ପହଞ୍ଚିଥିବା ଓମିକ୍ରନ ମଧ୍ୟ ବେଗ ବୃଦ୍ଧି କଲାଣି। ଓମିକ୍ରନ ମାମଲା ସାଙ୍ଗରେ କରୋନାର ନୂଆ ସଂକ୍ରମଣ ହାର ମଧ୍ୟ ବଢ଼ିବଢ଼ି ଚାଲିଛି। ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୪୩୧ରେ ପହଞ୍ଚିଗଲାଣି। ତେବେ ଉପୁଜିଥିବା ପରିସ୍ଥିତିରେ କେବଳ ପିଲାଙ୍କ ଲାଗି ବିଭିନ୍ନ ହସ୍ପିଟାଲରେ ଏବେ ୩ ହଜାରରୁ ଅଧିକ ବେଡ ପ୍ରସ୍ତୁତ ରଖା ଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ  ପ୍ରିଭେନସନ ବେଟର ଦ୍ୟାନ କ୍ୟୋର ବୋଲି ସେ କହିଛନ୍ତି। ଏଣୁ ଯେବେବି ଆମେ ଘରୁ ପଦାକୁ ବାହାରୁଛେ ମାସ୍କ ପିନ୍ଧିବା ଜରୁରି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଜାତୀୟ ରାଜଧାନୀରେ ୧୫ରୁ ୧୮ ଆୟୁବର୍ଗର ପିଲାଙ୍କ ଟିକାକରଣ ଲାଗି ଆମର ପ୍ରସ୍ତୁତି ସମ୍ପୂର୍ଣ୍ଣ ଶେଷ ହୋଇଛି। ଏହି ବର୍ଗଙ୍କ ଲାଗି ଏଠାରେ ଜାନୁୟାରୀ ୩ ତାରିଖରୁ ଟିକାକରଣ ଆରମ୍ଭ ହୋଇଯିବ। ଟିକାକରଣ ଲାଗି ଆମ ପାଖରେ ବୁଷ୍ଟର ପ୍ରିକ୍ୱେସନାରୀ ଡୋଜ ମହଜୁଦ ଥିବା ଜୈନ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଓମିକ୍ରନ ଆକ୍ରାନ୍ତ ରୋଗୀ ହସ୍ପିଟାଲରେ ଆଡମିଟ ଅଥବା ଅକ୍ସିଜେନ ସଂକଟ ଭଳି ଅଭିଯୋଗ କରି ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...