Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ତିନି ଦିନରେ ଟ୍ରିପଲ, ଆଜି ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସାବଧାନ ।ତିନି ଦିନରେ ଟ୍ରିପଲ ହେଲା କ ରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। ଆଜି 68 878 ଜଣଙ୍କର ଟେଷ୍ଟ ହୋଇଥିବାବେଳେ 1216 ଜଣ କ ରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କାଲି 680 ଜଣ ଚିହ୍ନଟ ହୋଇଥିଲେ। କେବଳ ଖୋର୍ଦ୍ଧା ରୁ 416 ଜଣ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଆହୁରି ବଢିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ।

ଓଡ଼ିଶାରେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ସଂକ୍ରମଣ ବଢ଼ୁଥିଲା। ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି। ବର୍ତ୍ତମାନ ଯେପରି ସଂକ୍ରମଣ ବଢୁଛି ଦିଲ୍ଲୀପରି ବଢିବ ବୋଲି ଆଶଙ୍କା ରହିବା ଆବଶ୍ୟକ। ପଜିଟିଭିଟି ହାର ୧ ପ୍ରତିଶତ ଉପରକୁ ଗଲାଣି। ଟ୍ରାନ୍ସମିସନ ଚେନ ବ୍ରେକ ପାଇଁ ଉଦ୍ୟମ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢ଼ାଯିବ । ଔଷଧ,ଅକ୍ସିଜେନ ଭିତ୍ତିଭୂମି ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଛି। 3 T ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢାଇବା ସହ ଟେଷ୍ଟ,ଟ୍ରାକ ଟୀକାକରଣ କୁ ଗୁରୁତ୍ୱ ଦିଆଯାଉଛି। ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ମାସ୍କ ପିନ୍ଧିବା ଜରୁରୀ। ୬୦-୭୦ ହଜାର ଟେଷ୍ଟ କରାଯାଉଛି। ବର୍ତ୍ତମାନ କମ୍ୟୁନିଟି ଟ୍ରାନ୍ସ ମିଶନ ଚାଲିଛି। ବିଭାଗ ସରକାର ପ୍ରୟାସ ଜାରି ରଖିଛନ୍ତି। ଲୋକ ନିୟମ ମାନନ୍ତୁ। ଦିତୀୟ ଲହର ପିକ ସମୟରେ ଯେତିକି ବେଡ଼ ଓ ଭିତ୍ତିଭୂମି ଥିଲା ସେହି ଅନୁସାରେ ସମସ୍ତ ପ୍ରାଇଭେଟ ଓ ସରକାରୀ ହସ୍ପିଟାଲରେ ପ୍ରସ୍ତୁତି କରୁଛୁ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...