Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

୬ ଆଇଏଏସ ଅଫିସରଙ୍କୁ ପଦୋନ୍ନତିକୁ ନେଇ ଉଠିଲା ପ୍ରଶ୍ନ, ନିୟମ ବିରୋଧରେ ମୁଖ୍ୟଶାସନ ସଚିବ ପାହ୍ୟାରେ ରହିଲେ ୧୪ ଆଇଏଏସ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ୬ ଆଇଏଏସ ଅଫିସର ଙ୍କୁ ପଦୋନ୍ନତି ଦେଇଛନ୍ତି । ୧୯୯୧ ବ୍ୟାଚର ୪ ଆଇଏଏସ ଅଫିସର ଅନୁ ଗରଗ, ସତ୍ୟବ୍ରତ ସାହୁ, ମଧୁସୁଦନ ପାଢ଼ୀ ଏବଂ ଭିଜୟ ଆରୋରାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାଙ୍କୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ରାଜ୍ୟରେ ମୁଖ୍ୟଶାସନ ସଚିବ ପାହ୍ୟାର ଏହି ୪ ଜଣ ଆଇଏଏସ ଅଫିସରଙ୍କୁ ମିଶାଇ 14 ଜଣ ଅଛନ୍ତି। ପୂର୍ବରୁ ୧୦ ଜଣ ଆଇଏଏସ ଅଫିସର ଥିଲେ। ଏମାନେ ହେଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ଜିଭିଭି ଶର୍ମା, ସି ଜେ ଭେନୁ ଗୋପାଳ, ଏସ ପି ଠାକୁର , ଆର କେ ଶର୍ମା, ସଂଜୀବ ଚୋପ୍ରା, ପ୍ରଦୀପ ଜେନା, ମୋନା ଶର୍ମା ଏବଂ ପରାଗ ଗୁପ୍ତା।

ଆଇ ଏ ଏସ କ୍ୟାଡ଼ର ରୂଲ ଅନୁଯାୟୀ କ୍ୟାଡ଼ରର ପୋଷ୍ଟ 4 ଓ ଅଣକ୍ୟାଡ଼ର ପୋଷ୍ଟ 4 ଟିକୁ ମିଶାଇ ମୋଟ 8 ଟି ମୁଖ୍ୟ ଶାସନ ସଚିବ ପୋଷ୍ଟ ସୃଷ୍ଟି କରାଯାଇପାରିବ। କିନ୍ତୁ ବର୍ତ୍ତମାନ ୧୯୯୧ ବ୍ୟାଚର ପଦୋନ୍ନତି ପାଇଥିବା ଏହି ୪ ଜଣ ଆଇ ଏ ଏସ ଅଫିସରଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରାଯାଇ ପଦୋନ୍ନତି ଦିଆଯାଇଛି। ଏହି 4 ଜଣଙ୍କୁ ମିଶାଇ ମୁଖ୍ୟଶାସନ ସଚିବ ପାହ୍ୟାର 14 ଜଣ ଆଇଏଏସ ଅଫିସର ଅଛନ୍ତି। ଯାହା କି ଯାହାକି ନିୟମ ବିରୋଧ। ପୋଷ୍ଟ ନଥିବା ବେଳେ 4ଟି ପୋଷ୍ଟ ସୃଷ୍ଟି କରାଯାଇ କାହିଁକି ପଦୋନ୍ନତି ଦିଆ ଗଲା ବୁଝାପଡୁନାହିଁ। ଏପରିକି ରାଜ୍ୟ ରାଜକୋଷ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । କାରଣ ପଦୋନ୍ନତି ଦ୍ୱାରା ଏବେ ମୂଳ ଦରମା ୨ଲକ୍ଷ ୨୫ ହଜାର ହେବ। ରାଜ୍ୟ ସରକାର ମଧ୍ୟ ଏହି ନିଜ ରାଜକୋଷରୁ ବହନ କରିବେ। କରୋନା ସମୟରେ ଆର୍ଥିକ ସଙ୍କଟ ଦେଖଦେଇଥିବା ବେଳେ ଫୁଣି ସରକାର ଉପରେ ପଡିବ ଆର୍ଥିକ ବୋଝ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...