Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ଅଫିସ କିରାଣୀ

ଭୁବନେଶ୍ୱର: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ଅଫିସର ବରିଷ୍ଠ କିରାଣୀ ।ଲାଞ୍ଚ ନେଉଥିବା ବେଳେ ତଙ୍କୁ ରେଡ଼ ହ୍ୟାଣ୍ଡେଡ଼ ଧରିଛି ଭିଜିଲାନ୍ସ । ହାଇୱା ମାଲିକଙ୍କ ଟ୍ରକ ଖସାଇ ଦେବା ପାଇଁ ଲାଞ୍ଚ ନେଉଥିଲେ କିରାଣୀ। ଠିକ୍ ସମୟରେ ମାଡି ବସିଲା ଭିଜିଲାନ୍ସ। କିରାଣୀଙ୍କୁ ଗିରଫ କରି ଲାଞ୍ଚ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଜଗତସିଂହପୁର-ଭିଜିଲାନ୍ସ ହାତରେ ନାଉଗାଁ ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରାଣକୃଷ୍ନ ନାୟକ। ବାଲି ହାଇୱା ମାଲିକ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।  ସ୍ଥାନୀୟ ସାଳ ଗାଁର ନଗେନ୍ଦ୍ର ଜେନା ନାମକ ଜଣେ ହାଇୱା ମାଲିକଙ୍କ ଟ୍ରକ ଖସାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଟିମ ଅଭିଯୁକ୍ତକୁ ଗିରଫ କରିବା ସମୟରେ ଧସ୍ତା ଧସ୍ତି ହେବା ଯୋଗୁଁ ଜଣେ ଭିଜିଲାନ୍ସ ଅଧିକାରୀ ଆହତ ହୋଇଛନ୍ତି । ପୂର୍ବରୁ ପ୍ରାଣକୃଷ ନାୟକ ପଟା ଇସ୍ୟୁ କରିବା ପାଇଁ 3ହଜାର9ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଦ୍ୱାର ଗିରଫ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like