- ଭୁବନେଶ୍ୱର: ଆଜି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତରାମଣ। ଦେଖନ୍ତୁ କଣ ରହିଛି….
- ୧. ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଦିଆଯିବ ୬୦ ଲକ୍ଷ ନିଯୁକ୍ତି, ଦେଶରେ କମିବ ବେରୋଜଗାର ଏବଂ ବେକାରୀ
୨. ଆଗାମୀ ୩ ବର୍ଷରେ ନୂଆ ପିଢ଼ିର ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଯିବ।
୩. ୩ ବର୍ଷ ମଧ୍ୟରେ ୧୦୦ PM ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ବିକଶିତ କରାଯିବ।
୪. ୧.୫ ଲକ୍ଷ ଡାକଘର କୋର ବ୍ୟାଙ୍କିଙ୍ଗ ଅଧୀନରେ ଆସିବ। ଡାକଘରେ ମଧ୍ୟ ଅନଲାଇନ୍ ଟ୍ରାନ୍ସଫର ସମ୍ଭବ ହେବ। ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା । ଅନଲାଇନ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ଏଟିଏମ୍ ଏବଂ ଅନଲାଇନ୍ କାରବାର ସେବା ଆରମ୍ଭ ହେବ
୫. ବର୍ଷ ୨୦୨୨-୨୩ରେ ୮୦ ଲକ୍ଷ ନୂଆ ଘର ନିର୍ମାଣ କରାଯିବ। ପିଏମ୍ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୪୮ ହଜାର କୋଟି
୬. ଦେଶରେ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଗଢ଼ାଯିବ। ସ୍କୁଲର ସବୁ ଶ୍ରେଣୀଗହରେ ଲାଗିବ ଟିଭି
୭. ୨୦,୦୦୦ କୋଟି ଟଙ୍କା ବ୍ୟୟରେ ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯିବ।
୮. ଦେଶରେ ୫ ବଡ଼ ନଦୀକୁ ସଂଯୋଗ କରିବା ପାଇଁ ଜଳ ସମ୍ପଦ ବିକାଶ ମନ୍ତ୍ରଣାଳୟ ସାହାଯ୍ୟରେ କାର୍ଯ୍ୟ କରାଯିବ।
୯. ୭୫ ଜିଲ୍ଲାରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ ହେବ।
୧୦. ୨୦୨୨-୨୩ରେ ଇ-ପାସପୋର୍ଟ ଲାଗୁ ହେବ।
୧୧. ସହରର ବିକାଶ ପାଇଁ ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍ଥାପିତ ହେବ।
୧୨. ଓ୍ଵାନ ନେଶନ, ଓ୍ଵାନ ରେଜିଷ୍ଟ୍ରେଶନ ଯୋଜନା ଆରମ୍ଭ ହେବ। ଏହାଦ୍ୱାରା ବ୍ୟବସାୟ କରିବାରେ ସହଜ ହେବ।
୧୩. ବୈଦ୍ୟୁତିକ ଯାନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାଇଭେଟ୍ ସେକ୍ଟରକୁ ପ୍ରୋତ୍ସାହିତ କରାଯିବ।
୧୪.ଚଳିତ ବର୍ଷରୁ ହିଁ ୫ଜି ସେବା ଆରମ୍ଭ ହେବ
୧୫. ଆୟକର ଛାଡ ଶୀମା ଅପରିବର୍ତ୍ତିତ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ ନାହିଁ କୌଣସି ପରିବର୍ତ୍ତନ
୧୬. ରାଜ୍ୟମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ୫୦ବର୍ଷ ପାଇଁ ବିନା ସୁଧରେ ଦିଆଯିବ ଋଣ ସୁବିଧା


























