Connect with us

Hi, what are you looking for?

ଅପରାଧ

ଗିରିଫ ହେଲେ ସୁନ୍ଦରଗଡ଼ ଏଡିଏମ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଗିରଫ ହେଲେ ସୁନ୍ଦରଗଡ ଏଡିଏମ ବିଶ୍ବଜିତ ମହାପାତ୍ର  । ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବିଶ୍ବଜିତଙ୍କ ସମ୍ପତି ତାଲିକା ପ୍ରକାଶ କରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଭିଜିଲାନ୍ସର ଏହି ରେଡ୍‌ରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଯେପରି କି ଏଡିଏମ୍‌ ନିଜ ଆୟ ଠାରୁ ଅଧିକ ଟଙ୍କା ରଖିଥିଲେ । କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏକାସାଙ୍ଗେ ଘର , ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏପରିକି ଏଡିଏମ୍‌ ନିଜ ପତ୍ନୀଙ୍କ ନାମରେ ସିମେଣ୍ଟ ବ୍ୟବସାୟ କରୁଥିଲେ । ଭିଜିଲାନ୍ସ ଘରେ ଚଢ଼ାଉ କରିବାବେଳେ ନଗଦ ୩ଲକ୍ଷ ଟଙ୍କା ଏବଂ ୪୭୦ ଗ୍ରାମର ସୁନା ଜବତ କରିଥିଲା। ୨କୋଟି ଟଙ୍କାର ବ୍ୟାଙ୍କରେ ଫିକ୍ସ ଡିପୋଜିଟ  ରହିଥିବା ବେଳେ ମ୍ୟୁଚାଲ୍‌ ଫଣ୍ଡରେ  ୧୮ ଲକ୍ଷ  ଟଙ୍କା ନିବେଶ କରିିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like