Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସାବଧାନ: ଫେକ ଭୋଟ ଦେଲେ ଯିବେ ଜେଲ, ଦେଖନ୍ତୁ ଫେକ ଭୋଟରଙ୍କୁ କେମିତି ଧରିବେ

ଭୁବନେଶ୍ୱର:  ଫେକ ଭୋଟ ଦେଉଛନ୍ତି କି ସାବଧାନ। ଫେକ୍ ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ଫେକ୍ ଭାବେ ଭୋଟ ଦେଲେ  ପୋଲିସରେ ଜିମା ଦିଆଯିବ। ଚ୍ୟାଲେଞ୍ଜ  ଭୋଟ ଏବଂ ଟ୍ରେଣ୍ଡଣ୍ଡ ଭୋଟ ଭାବରେ ଫେକ୍ ଭୋଟର ଭୋଟ ଦେଇଥାନ୍ତି । ଚାଲେଞ୍ଜ ଭୋଟ ହେଉଛି
ଯଦି ପ୍ରାଥି ମାନଙ୍କ ଏଜେଣ୍ଡ କୌଣସି ଭୋଟରର ପରିଚୟ ଉପରେ ଆପତ୍ତି କରନ୍ତି ତେବେ ଏଜେଣ୍ଡ ମାନେ 2 ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରି ପାରିବେ । ପ୍ରିଜାଇଡ଼ିଙ୍ଗି ଅଫିସର ମାନେ ସ୍ପଟ ଉପରେ ତାହାର ଯାଞ୍ଚ କରିବେ । ଯଦି ଅଭିଯୋଗ ଟି ସତ୍ୟ ପ୍ରମାଣିତ ହେଲା ସେହି ଲୋକ ଙ୍କୁ ପୋଲିସର ଜିମା ଦିଆଯିବ । ଯଦି ଅଭିଯୋଗ ସତ ନୁହେଁ ସେ ଭୋଟ ଦେଇ ପାରିବେ ।
ଟେଣ୍ଡଣ୍ଡ   ଭୋଟ ହେଉଛି  ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇ ଦେଇଥିବେ। ସେହି କ୍ଷତ୍ରରେ ସେହି ଭୋଟର ଙ୍କୁ ଟେଣ୍ଡଣ୍ଡ ଭୋଟ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପର କୁ ଅଲଗା ରଖାଯିବ । ଏବଂ ତାଙ୍କ ଭୋଟ ଟିକୁ କାଉଣ୍ଟ କରାଯିବ ନାହିଁ । ଟାଇ ଅବସ୍ଥାକୁ ଆସିଲେ ଗଣନା କରାଯିବ।

ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୁଲିଂ ଅଫିସର ମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କଥା କହିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ  ରବୀନ୍ଦ୍ର ନାଥ ସାହୁ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like