Connect with us

Hi, what are you looking for?

ଅପରାଧ

ଜେଲ ଗଲେ କୁବେର ଏସପି ତ୍ରିନାଥ ମିଶ୍ର

ଭୁବନେଶ୍ୱର: ପୋଲିସ କମୁନିକେଶନ ଵିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଆଜି କଟକ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ପ୍ରାଥମିକ ଆକଳନ ଅନୁସାରେ ତ୍ରିନାଥ ପ୍ରାୟ ଆଠ କୋଟିରୁ ଅଧିକ ସମ୍ପତ୍ତି ଠୁଳ କରିଥିବା କହିଛନ୍ତି ଭିଜିଲାନ୍ସ ଏସପି ।ସେପଟେ ଗତ କିଛି ଦିନର ଭିଜିଲାନ୍ସ ତତ୍ପରତା ଉପରେ ପ୍ରତିକ୍ରିୟା ରଖି ଭିଜିଲାନ୍ସ ନିର୍ଦ୍ଦେଶକ ୟଶବନ୍ତ ଜେଠୁଆ କହିଛନ୍ତି କେଵଳ ଗତ ଦେଢ ମାସ ଭିତରେ ଭିଜିଲାନ୍ସ ୩୧ଟି ମାମଲା ରୁଜୁ କରିଛି।ସେଥିମଧ୍ୟରୁ ୪ଟି ମାମଲା କ୍ଲାସ ଓ୍ବାନ ଅଫିସରଙ୍କ ଵିରୋଧରେ ରହିଛି।ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ତୃଣମୂଳ ସ୍ତରରେ ଲୋକେ।  ଦୁର୍ନିତିଖୋର ଵ୍ୟକ୍ତି ଓ ସଙ୍ଗଠନ ଵାଵଦରେ ସଵିଶେଷ ତଥ୍ୟ ଦେଉଛିନ୍ତି।ସେହି ଆଧାରରେ ଭିଜିଲାନ୍ସ ଵିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛ।

ଶେଷରେ ଜେଲ ଗଲେ ଏସପି ତ୍ରିନାଥ ମିଶ୍ର।  ୧୪ ଦିନ ବିଚାର ବିଭାଗୀୟ ହାଜତରେ ରହିବେ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like