Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କାକଟପୁର: ଅଧା ରହିଗଲା ଅଧ୍ୟକ୍ଷ ଆଶା, ହାରିଲେ ନା ହରାଗଲା

କାକଟପୁର: ନିର୍ବାଚନ ଜିତିବା ତାଙ୍କ ପାଇଁ ଥିଲା ହଜାର ହଜାର କୋଟିର ସମ୍ମାନ। ବିଜୟ ପାଇଁ ସବୁକିଛି ଏକ କରି ଦେଇଥିଲେ। ଯିଏ ଯାହା କହିଲା, ଯେତେବେଳେ ଯାହା ପାଟିରୁ ବାହାରିଲା। ହେଲେ ଭାଗ୍ୟ ସାଥ ଦେଲା ନାହିଁ। ଜଣେ ସଫଳ ବ୍ୟବସାୟୀ ହୋଇଥାଇ ପାରନ୍ତି ହେଲେ ଜଣେ ସଫଳ ରାଜନେତା ଭାବରେ ନିଜକୁ ପ୍ରତିପାଦିତ କରି ପାରିଲେ ନାହିଁ। ହଁ ଆମେ କହୁଛୁ କକାଟପୁର ଲତାହାରଣ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଜ୍ଞାନ ସାହୁଙ୍କ କଥା। କଂଗ୍ରେସରେ ରହି ଥରେ ସରପଞ୍ଚ ଭାବରେ ଜିତିଥିଲେ। ବାସ ଆଉ କଂଗ୍ରେସ ଭଲ ଲାଗିଲା ନାହିଁ। କ୍ଷମତା ଲୋଭରେ ବାବୁ ଦଳ ଡେଇଁଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ହାତ ଧରିଲେ। ତେଣେ ସମୟ ସାଥ ଦେଲାନି, ବିଜେଡିର ଏକ କୁଚକ୍ରି ଗୋଷ୍ଠୀର ଶୀକାର ହୋଇ କୋଣଠେସା ହୋଇ ରହିଲେ। ହଠାତ ପଞ୍ଚାୟତ ନିର୍ବାଚନ ବେଳକୁ ସକ୍ରିୟ ହୋଇ କାକଟପୁର ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଯୋଜନା କଲେ। ଆଉ ଅଧ୍ୟକ୍ଷ ଥୋପ ବି ମିଳିଗଲା। ହେଲେ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ହରେଇବାକୁ ଲାଗିପଡିଲେ ନିର୍ଦିଷ୍ଟ ଗୋଷ୍ଠୀ। ଶେଷରେ ଏଥିରେ ବି ସଫଳ ହେଲେ କୁଚକ୍ରି।
ମିଳିଥିବା ସୂଚନା ମୁତାବକ ଲତାହାରଣ ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ୍ତ ବିଶ୍ୱାଳ ଏକ ହଜାର ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦୀ ସୁକାନ୍ତ ନାୟକ ଶୋଚନୀୟ ପରାସ୍ତ ହୋଇଛନ୍ତି । ଏଠାରେ ଆମେ ମନେ ପକାଇ ଦେବାକୁ ଚାହୁଁ କି, ସୁକାନ୍ତ ପଂଚାୟତରେ ଅନେକ ଅନିୟମିତତାରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ଫଳରେ ନିଜ ଭାବମୂର୍ତୀ ମଳିନ ପଡିଥିଲା। ହେଲେ ଏହାକୁ ଭୁଲି ନଜର ଅନ୍ଦାଜ କରି ପୁଣି ଥରେ କ୍ଷମତା ଲୋଭରେ ପଡି ଯାଇଥିଲେ। ଆଉ ପଂଚାୟତ ବାସୀ ତାଙ୍କୁ ଗ୍ରହଣ ନକରି ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିଭଳି ଜ୍ଞାନ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସଂଧ୍ୟାରଣୀ ସାହୁଙ୍କଠାରୁ 250 ଭୋଟ ରେ ପରାସ୍ତ ହୋଇଛନ୍ତି। ଯାହାକି ନିଜ ରାଜନୈତିକ କ୍ୟାରିୟରର ସବୁଠୁ ବଡ ବିପର୍ଯ୍ୟୟ ସେ ସାମ୍ନା କରିଛନ୍ତି । ପଂଚାୟତରେ କ୍ରୀଡ଼ାମନ୍ତ୍ରୀ, ଦଳର ତୁଙ୍ଗ ନେତା, ଜଗତସିଂହପୁର ସାଂସଦ ପ୍ରଚାର କରିଥିଲେ। ଜିତିବାକୁ ସବୁ ବିକଳ୍ପ ଆପଣାଇଥିଲେ ଉଭୟ ନେତା। ହେଲେ ଜନତା ଦରବାରରେ ଉଭୟ ଚିତ ପଟଙ୍ଗ ମାରିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ନିଜର ଛାପ ରଖିଥିବା ଏହି ବ୍ୟବସାୟୀ ଶେଷରେ ପ୍ରତ୍ୟାକ୍ଷିତ ହୋଇଛନ୍ତି। ଖରାପ ଭାବମୂର୍ତୀ, ଭୁଲ ରଣନୀତି ହିଁ ହାରିବା ପଛର ମୂଳ କାରଣ। ସର୍ବୋପରି ସ୍ୱାର୍ଥ ପାଇଁ ସବୁକିଛି ଜଳାଞ୍ଜଳି ଦେବା ମହଙ୍ଗା ସାବ୍ୟସ୍ତ ହୋଇଛି।
Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like