Connect with us

Hi, what are you looking for?

ଅନ୍ତର୍ଜାତୀୟ

୫ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କଲା ରୁଷ

ଭୁବନେଶ୍ୱର:   ଦୀର୍ଘ ୧୦ ଦିନ ଧରି ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। ଆଜି ହଠାତ୍‌ ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ୫ଘଣ୍ଟା ପାଇଁ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି।

ଘନଘନ ବୋମା ବର୍ଷଣ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରୁଷ ସରକାର ମାରିୟୁପୋଲ ଓ ଭୋଲନଭାକା ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଲାଗୁ କରିଥିବା ଜଣାପଡ଼ିଛି। ମସ୍କୋ ସମୟ ସକାଳ ୧୦ଟାରୁ ଏଠାରେ ରୁଷ ସୈନ୍ୟ କୌଣସି ପ୍ରକାରର ଗୁଳି ମାଡ଼ କରିବେ ନାହିଁ। ସେହିପରି ମାନବୀୟ କରିଡର ଦ୍ୱାରା ଏଠାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ମିଳିବ ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like