Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୁଶୁଡ଼ିଲା ଛାତ୍ର ବଜାର ପୋଲ, ୩ ଜଣ ଉଦ୍ଧାର

କଟକ:  ଭୁଶୁଡ଼ିଲା ଛାତ୍ରବଜାର ପୋଲ।   ଭୁଷୁଡ଼ିଥିବା ପୋଲ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ପୋଲ ତଳେ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ସମୟରେ  ପୋଲ ଭୁଶୁଡ଼ିପଡିଥିଲା। ସେଠାରେ ପୋଲିସ ଓ ଉଦ୍ଧାର କାରୀ ଦଳ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ କଟକ ପୋଲିସ ଡିସିପି ଓ ମେଡ଼ିକାଲ ଟିମ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳୁ  3ଜଣ ଶ୍ରମିକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି  କରାଯାଇଛି। ମାଟି ଅତଡ଼ା ଖସିବାରୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।

ଘଟଣା ସ୍ଥଳରେ ଜିଲ୍ଲାପାଳ ଏବଂ କମିଶନର ପହଞ୍ଚି ତଦାରଖ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି  ଘଟଣାର ତଦନ୍ତ କରାଯିବ। ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କମିଶନର କହିଛନ୍ତି ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଥମ ଏହା କାର୍ଯ୍ୟ ସରିବା ପରେ  କାହିଁକି ଏ ଘଟଣା ଘଟିଲା ତାର ତଦନ୍ତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like