Connect with us

Hi, what are you looking for?

ଜାତୀୟ

ମ୍ୟାଗି, ଚା କଫି, ଦୁଗ୍ଧ ହେଲା ମହଙ୍ଗା, ନେସେଲ ଓ ହିନ୍ଦୁସ୍ଥାନ ୟୁନିଲିଭର ବଢ଼ିଲେ ଦର

ଭୁବନେଶ୍ୱର: ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଏବଂ ନେସଲେ ଇଣ୍ଡିଆ ମ୍ୟାଗିର ମୂଲ୍ୟ ବଢାଇବାକୁ ଘୋଷଣା କରିଛି।  ଏଚୟୁଏଲ ଏବଂ ନେସଲେ ଚା,କଫି, ଦୁଗ୍ଧ ଏବଂ ନ୍ୟୁଡଲ୍ସ ପରି ଉତ୍ପାଦର ମୂଲ୍ୟ ବଢାଇବା ନେଇ ଘୋଷଣା କରିଛି।

ନେସଲେ ଇଣ୍ଡିଆ (Nestle India) ମ୍ୟାଗିର ଦାମରେ ୨ ଟଙ୍କା ବଢାଇଛି । ନେସଲେ ଇଣ୍ଡିଆ ଅନୁସାରେ, ସୋମବାରଠୁ ମ୍ୟାଗିର ମୂଲ୍ୟରେ ୯ ପ୍ରତିଶତରୁ ବଢି ୧୬ ପ୍ରତିଶତ ହେବ । ଏଣିକି ୭୦ ଗ୍ରାମ ମ୍ୟାଗି ପକଟେର ମୂଲ୍ୟ ୧୨ ଟଙ୍କାରୁ ବଢି ୧୪ ଟଙ୍କା ହେବ। ଅନ୍ୟପଟେ ୧୪୦ ଗ୍ରାମ ମ୍ୟାଗି ପକଟେର ମୂଲ୍ୟରେ ୩ ଟାଙ୍କ ବୃଦ୍ଧି ହେବ। ଏହାସହ ୫୬୦ ଗ୍ରାମ ପ୍ୟାକେଟ ପାଇଁ ୯୬ ଟଙ୍କା ପରିବର୍ତ୍ତେ ୧୦୫ ଟଙ୍କା ଦେବାକୁ ପଡିବ।

ନେସଲେ A+ ମିଟର କାର୍ଟନର ମୂଲ୍ୟ ୭୫ ଟଙ୍କାରୁ ୪ ପ୍ରତିଶତ ବଢି ୭୮ ଟଙ୍କା ହୋଇଛି। ନେସଲେ କ୍ଲାସିକ କଫି ପାଉଡରର ମୂଲ୍ୟ ୩ରୁ ୭ ପ୍ରତିଶତ ବୃଦ୍ଧି ହୋଇଛି। ନେସଲେ କ୍ଲାସିକର ୨୫ ଗ୍ରାମ ପ୍ୟାକରେ ୨.୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏଚୟୁଏଲ କହିଛି, କମ୍ପାନୀ ମୁଦ୍ରାସ୍ପୀତି ଯୋଗୁଁ ଚାପରେ ରହିଥିଲେ। ଦରବୃଦ୍ଧି କାରଣରୁ ଏହି ମୂଲ୍ୟ ବଢାଇବା ନିଷ୍ପତ୍ତି ନିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like