Connect with us

Hi, what are you looking for?

ଜାତୀୟ

ପୁଣି ବିଜେପିକୁ ନାଲି ଆଖି ଦେଖାଇଲେ ମମତା, ରାଷ୍ଟ୍ରପତି ନିର୍ବାଚନ ନେଇ ଦେଲେ ଚେତାବନୀ

କୋଲକାତା:  ପୁଣି ବିଜେପିକୁ  ନାଲି ଆଖି ଦେଖାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି ବିଧାନସଭା ନିର୍ବାଚନରେ ମିଳିଥିବା ବିଜୟରେ ଏତେ ଉଲ୍ଲସିତ ହୁଅ ନାହିଁ। ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ। କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜିତିବା ସହଜ ହେବ ନାହିଁ ଏବଂ ଟିଏମସିର ସମର୍ଥନର ଆବଶ୍ୟକ ପଡିବ ବୋଲି ଚେତାଇ ଦେଇଛନ୍ତି ମମତା ବାନାର୍ଜୀ।

ବୁଧବାର ବିଧାନସଭା ଅଧିବେଶନ ସମୟରେ ବିଜେପି ବିଧାୟକଙ୍କ କକ୍ଷ ତ୍ୟାଗ ଦେଇଥିଲେ। ଏହାକୁ ନେଇ  ମମତା  ବିଜେପି ଉପରେ ବର୍ଷିଛନ୍ତି।  କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ଶୀଘ୍ର ହେବାକୁ ଯାଉଛି। ଆମ ସମର୍ଥନ ବିନା ବିଜେପି ଆଗକୁ ବଢି ପାରିବ ନାହିଁ। ଏହି କଥାକୁ ବିଜେପି ଭୁଲିବା ଉଚିତ୍ ନୁହେଁ। ଭାରତୀୟ ଜନତା ପାର୍ଟି ନିକଟରେ ଦେଶର ମୋଟ୍ ବିଧାୟକଙ୍କ ମଧ୍ୟରୁ ଅଧା ସଂଖ୍ୟା ବି ନାହିଁ। ଏମିତିରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ସହଜ ହେବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ମମତା କହିଛନ୍ତି, ଅଖିଳେଶ ଯାଦବଙ୍କ ନେତୃତ୍ଵାଧୀନ ସମାଜବାଦୀ ପାର୍ଟି ଗତ ନିର୍ବାଚନ ତୂଳନାରେ ଏଥର ୭୮ ସିଟ୍ ଅଧିକ ଜିତିଛି ଏବଂ ବିଜେପିର ସିଟ୍ ସଂଖ୍ୟା କମିଛି। ଏଥିପାଇଁ ବିଜେପିକୁ ଅଧିକ ଖୁସି ମନାଇବାର ଆବଶ୍ୟକତା ନାହିଁ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୨୪ରେ ସମାପ୍ତ ହେଉଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like