Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସାବଧାନ, ଆସୁଛି ବାତ୍ୟା ଆସନୀ

ଭୁବନେଶ୍ୱର: ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ଆସନୀ।  ବଙ୍ଗୋପସାଗରର ଦକ୍ଷିଣପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ଆଣ୍ଡାମାନ ଏବଂ ନିକୋବାର ଦୀପରେ ମାଡ଼ ହେବ। ଏବଂ ଧୀରେ ଧୀରେ ବାଂଲାଦେଶ ଓ ମିଆଁନମାର ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ର ସ୍ଥଳରେ ସୃଷ୍ଟି ହୋଇଥିବା ଲଘୁଚାପ ପୂର୍ବ ଓ ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି। ଗୁରୁବାର ମାର୍ଚ୍ଚ ୧୭ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ଏହା ବଙ୍ଗୋପସାଗର ଦକ୍ଷିଣପୂର୍ବ ତଟବର୍ତ୍ତୀ ପୂର୍ବ ମଧ୍ୟରେଖିୟ ହିନ୍ଦମହାସାଗରରେ କେନ୍ଦ୍ରୀଭୁତ ହେବ। ଏହାପରେ ଲଘୁଚାପ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ଗତି କଲା ବେଳେ ଲଘୁଚାପର ସ୍ପଷ୍ଟ ଚିହ୍ନଟ ହେବ। ଶନିବାର  ଦିନ ଅର୍ଥାତ ୧୯ ମାର୍ଚ୍ଚରେ ଏହା ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳ ଓ ତତ୍‌ସଂଗଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ। ଏହାପରେ ଉତ୍ତରଦିଗରେ ଆଣ୍ଡାମାନ ଓ ନିକୋବାର ଦେଇ ଗତି କରିବ। ମାର୍ଚ୍ଚ ୨୦ ତାରିଖ ସକାଳେ ଏହାର ଗତି ପ୍ରଖର ହେବ ଓ ୨୧ ତାରିଖ ସକାଳେ ଲଘୁଚାପ ବାତ୍ୟାର ରୂପ ନେବ।

ଆଣ୍ଡାମାନ ଓ ନିକୋବାରରେ ମାଡ଼ ହେବା ପରେ ମାର୍ଚ୍ଚ ୨୨ ତାରିଖ ବେଳକୁ ଏହା ଉତ୍ତର-ଉତ୍ତରପୂର୍ବ ବାଂଲାଦେଶ ଦେଇ ମିଆଁମାରକୁ ଯିବ। ବାତ୍ୟା ପ୍ରଭାବରେ ବର୍ତ୍ତମାନ ବଙ୍ଗୋପସାଗର ଅଶାନ୍ତ ରହିଛି। ସମୁଦ୍ରରେ ବଡ଼ ଜୁଆର ଆସୁଥିବାର ଦେଖିବାକୁ ମିଳୁଛି। ତେବେ ମାର୍ଚ୍ଚ ୧୮ ତାରିଖ ବେଳକୁ ସମୁଦ୍ର ଆହୁରି ଅଶାନ୍ତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like