Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶେଷ ଦିନରେ ବିଜେଡିର ମାରାଥନ ପ୍ରଚାର

ଭୁବନେଶ୍ୱର : ଆଜି ଥିଲା ପ୍ରଚାରର ଶେଷ ଦିନ । ସକାଳୁ ସଂଧ୍ୟା ପଯ୍ୟନ୍ତ ମାରାଥନ ପ୍ରଚାର ଭିତରେ ନିଜକୁ ହଜେଇ ଦେଇଥିଲେ ଭୁବନେଶ୍ୱର ପୌର ନିର୍ବାଚନର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ପ୍ରଚାରର ଶେଷ ଚରଣରେ ଜନ ସାଧାରଣକୁ ଭେଟି ବି ଏମ ସି ନିର୍ବାଚନ ରେ ବିଜେଡି କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଭୁବନେଶ୍ୱର ମହାନଗର ନିଗମର ବିକାଶ ରଥ କୁ ଆଗେଇ ନେବା ପାଇଁ ଆଗାମୀ 24 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବି ଜେ ଡି କୁ ବିପୁଳ ଭୋଟରେ ଜିତେଇବା ପାଇଁ ପ୍ରଚାର ସମୟରେ ଶ୍ରୀମତୀ ଦାସ ରାଜଧାନୀ ବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ସକାଳେ 13 ନମ୍ୱର ୱାର୍ଡ ରୁ ମୋଟର ସାଇକେଲ ଶୋଭାଯାତ୍ରା ସହିତ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିକ ପରେ ଗୋଟିଏ ୱାର୍ଡ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା । 1 ନମ୍ୱର ଓ 2 ନମ୍ୱର ୱାର୍ଡରେ ପ୍ରଚାର କରି ମହିଳା, ବରିଷ୍ଠ ନାଗରିକ ଓ ଯୁବକମାନଙ୍କୁ ଭୁବନେଶ୍ୱର କୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଆବଶ୍ୟକ ବୋଲି କାମନା କରିଥିଲେ ଶ୍ରୀମତୀ ଦାସ। ଏହି ଦୁଇ ୱାର୍ଡରେ ଶୋଭାଯାତ୍ରାର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।

14 ନମ୍ୱର ୱାର୍ଡ ଓ 8 ନମ୍ୱର ୱାର୍ଡର ବିଭିନ୍ନ ଅଞ୍ଚଳକୁ ଶୋଭାଯାତ୍ରାରେ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ବର ପାଇଁ ପରିକଳ୍ପନା କୁ ସାକାର ରୂପ ଦେବା ପାଇଁ ନିର୍ବାଚନରେ ବିଜେଡ଼ି କୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ଅପରାହ୍ନ ରେ ସାଲିଆ ସାହିର  ପ୍ରଚାର ଅଭିଯାନ ଚଳାଇ ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ଵାସଭାଜନ ହେବାକୁ ପ୍ରୟାସ କରିଥିଲେ । 11 ନମ୍ୱର ୱାର୍ଡରେ ରହିଥିବା ବିଭିନ୍ନ ଛକରେ ରହି ପଥପ୍ରାନ୍ତ ସଭାରେ ସାଧାରଣ ଲୋକଙ୍କୁ ଭେଟିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like