Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଏପ୍ରିଲ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ଏପ୍ରିଲ ମାସରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଥାଏ। ଏହି ମାସରେ ଆର୍ଥିକ କାର୍ଯ୍ୟଭାର ଅଧିକ ରହିଥିବା ବେଳେ  ଅନେକ ଛୁଟି ଦିନ ମଧ୍ୟ ରହିଛି। ଆସନ୍ତା ମାସରେ ଗୁଡି ପାଡଓ୍ଵା, ଆମ୍ବେଦକର ଜୟନ୍ତୀ ଏବଂ ବୈଶାଖୀ ପରି ପର୍ବ କାରଣରୁ ମୋଟ୍ ୧୦ ଦିନ ବ୍ୟାଙ୍କ ବନ୍ଦ ହରିବ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ ଏପ୍ରିଲ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛନ୍ତି। ଏହି ତାଲିକା ଅନୁଯାୟୀ, ଆସନ୍ତା ଏପ୍ରିଲ ମାସରେ ବ୍ୟାଙ୍କ ମୋଟ୍ ୧୦ ଦିନ ବନ୍ଦ ରହିବ। ଏଥିରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ୍ ରହିଛି।

ଦେଖନ୍ତି କେଉଁ ଦିନ  ବ୍ୟାଙ୍କ ବନ୍ଦ

ଏପ୍ରିଲ ୧- ବ୍ୟାଙ୍କ ଖାତାର ଆନୁଆଲ କ୍ଲୋଜିଂ, ପ୍ରାୟ ସବୁ ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ।  ଏହା ସହିତ ଉତ୍କଳ ଦିବସ।

ଏପ୍ରିଲ ୨- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ, ନବରାତ୍ରର ପ୍ରଥମ ଦିନ, ତେଲୁଗୁ ନବ ବର୍ଷ,  ରାମ ନବମୀ।

ଏପ୍ରିଲ ୩-  ରବିବାର।

ଏପ୍ରିଲ ୯- ଶନିବାର (ମାସର ଦ୍ଵିତୀୟ ଶନିବାର)

ଏପ୍ରିଲ ୧୦- ରବିବାର।

ଏପ୍ରିଲ ୧୪- ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ, ମହାବରୀ ଜୟନ୍ତୀ, ବୈଶାଖୀ, ତାମିଲ ନବବର୍ଷ,  ମହାବିଷୁବ ସଂକ୍ରାନ୍ତି।

ଏପ୍ରିଲ ୧୫- ଗୁଡ ଫ୍ରାଇଡେ, ବଙ୍ଗାଳି ନବବର୍ଷ, ହିମାଚଳ ଦିବସ,  ବିଶୁ, ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୭- ରବିବାର

ଏପ୍ରିଲ ୨୧- ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୨୪- ରବିବାର।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like