Connect with us

Hi, what are you looking for?

ଜାତୀୟ

ପିଏମ କିଷାନ ଇ-କେୱାସୀ ଅପଡେଟ ତାରିଖ ଘୁଞ୍ଚିଲା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର।  ଘୁଞ୍ଚିଲା ପିଏମ କିଷାନ  ଇ-କେୱାସୀ ପୁରା କରିବା  ତାରିିଖ। ପୂର୍ବରୁ ଇ-କେୱାସୀ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ମେ ୨୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପିଏମ୍‌ କିଶାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ୧୨.୫୩ କୋଟି କୃଷକମାନଙ୍କ ପାଇଁ  ଏହା ହେଉଛି ଖୁସୀ ଖବର।

ସୂଚନା ଥାଉକି ଏହି ଯୋଜନାର ପରବର୍ତ୍ତି କିସ୍ତି ଟଙ୍କା ଏପ୍ରିଲ ୧ ତାରିଖରେ ମିଳିବ। କିନ୍ତୁ ଯଦି ଆପଣ e-KYC ଭରି ନଥିବେ ତେବେ ୨ ହଜାର ଟଙ୍କାର କିସ୍ତି ଆପଣଙ୍କ ଖାତାକୁ ଆସି ନପାରେ।

କେମିତି ଭରିବେ e-KYC

୧. pmkisan.gov.in ସାଇଟ୍ ଖୋଲନ୍ତୁ।
୨. ହୋମ୍‌ ପେଜ୍‌ରେ ଥିବା e-KYC ଉପରେ ଟ୍ୟାପ୍ କରନ୍ତୁ।
୩. ଏହାପରେ ଆଧାର ନମ୍ବର ଦେଇ ସର୍ଚ୍ଚ କରନ୍ତୁ।

୪. ଏହାପରେ ଆଧାର ସହିତ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ଦେଲା ପରେ ଆପଣଙ୍କ ମୋବାଇଲ୍‌କୁ ଓଟିପି ଆସିବ। ଏହି ଓଟିପିକୁ ବକ୍ସରେ ଭରନ୍ତୁ।

୫. ଏହାପରେ ଆଧାର ଅଥେଣ୍ଟିକେସନ୍ ବଟନ୍‌ରେ ଟ୍ୟାପ୍ କଲେ ପୁଣିଥରେ ଲିଙ୍କ୍ ଥିବା ମୋବାଇଲ୍‌କୁ ଓଟିପି ଆସିବ। ଏହି ଓଟିପି ନମ୍ବରକୁ ଦେଇ ସବ୍‌ମିଟ କରନ୍ତୁ।

୬. ଯଦି ଆପଣଙ୍କର ତଥ୍ୟ ଠିକ୍ ଥିବ ତେବେ e-KYC ପ୍ରକ୍ରିୟା ପୂରା ହୋଯିବ ନହେଲେ Invalid ଲେଖିବ। ଯଦି ଏମିତି ହେଲା ତେବେ ଆପଣଙ୍କର କିସ୍ତି ଅଟକିଯିବ।

୭. PM Kisan eKYCଏଥିପାଇଁ ଆପଣ ଆଧାର ସେବା କେନ୍ଦ୍ର ଯାଇ ଠିକ୍ କରିପାରିବେ। ଆଉ ଯଦି ପୂର୍ବରୁ e-KYC ପ୍ରକ୍ରିୟା ସରିଥିବା ତେବେ eKYC ମେସେଜ୍ ଦେଖାଯିବ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like