Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

IRDAI କମିଟିରେ ତ୍ରିନାଥ ଲେଙ୍କା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବୀମା ନିୟାମକ ଆୟୋଗଙ୍କ ଦ୍ୱରା ଗଠିକ କମିଟିରେ ସ୍ଥାନ ପାଇଛନ୍ତି ଡବ୍ଲ୍ୟୁସି ଓ୍ୱାଲେଟ ଆଡଭାଇଜରୀର ପ୍ରିନ୍ସିପାଲ ଅଫିସର ତ୍ରିନାଥ ଲେଙ୍କା। ବୀମା ବାହାକ ଓ ବୀମା ବିସ୍ତାର କାର୍ଯ୍ୟକାରୀ ପାଇଁ ଆୟୋଗ ଗଠନ କରିଥିବା 24 ଜଣିଆ କମିଟିରେ ସେ ସ୍ଥାନ ପାଇଛନ୍ତି। ଏହି କମିଟିରେ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବୀମା କମ୍ପାନୀର ଏମଡି ଓ ସିଇଓ ସ୍ଥାନ ପାଇଛନ୍ତି। ଏଥିସହିତ ଏଜେଣ୍ଟ ଓ ବ୍ରୋକର ସଂଘର ସଭାପତି ମଧ୍ୟ ରହିଛନ୍ତି। ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ରଖିଥିବା ଭାରତ ସରକାର ଏନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ତେବେ କମିଟିରେ ଜଣେ ଓଡିଆ ସ୍ଥାନ ପାଇଥିବାରୁ ଓଡିଶାବାସୀଙ୍କ କଥା ମଧ୍ୟ ଏଥିରେ ସ୍ଥାନ ପାଇବାର ସମ୍ଭବନା ରହିଛି। ତ୍ରୀନାଥ ଲେଙ୍କା ଏବେ ଓ୍ୱାଲେଟ ଫର ଓ୍ୱେଲଥର ଏମଡି ରହିଛନ୍ତି। କମିଟି ଗଠନ ହେବାର 21 ଦିନ ମଧ୍ୟରେ ଏକ ବୈଠକ ବସିବ। ସମସ୍ତେ ସେମାନଙ୍କ ସଚିନ୍ତିତ ମତ ଦେବେ। ଏହାପରେ ଏକ ଚୂଡାନ୍ତ ରିପୋର୍ଟ IRDAI ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ। ଗ୍ରାମାଞ୍ଚଳର ଖଟିଖିଆ ହେଉ କି ସହରର ବସ୍ତିରେ ରହୁଥିବା ବାସିନ୍ଦା ହୁଅନ୍ତୁ, ଅବହେଳିତ ବର୍ଗ ଙ୍କ କଥା ହେଉ କି ମହିଳା ସମସ୍ତେ ବୀମା ପରିସରଭୁକ୍ତ ହେବେ। ଏଭଳି କିଛି ପରିକଳ୍ପନା କରୁଛନ୍ତି ସରକାର।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like