Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିପଦରେ କେନ୍ଦୁଝର, ଦେଖନ୍ତୁ କେଉଁଠୁ କେତେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ୨୩ ଜଣ ଓମି କ୍ର ନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦୁଝରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ୪ ଜଣ ମହିଳା।ସମସ୍ତଙ୍କ ବୟସ ୮ରୁ ୮୩ ବର୍ଷ। ସର୍ବାଧିକ ୭ ଜଣ କେଉଁଝର ରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪ , ବୌଦ୍ଧ ରୁ ୨ ଜଣ, ବାଲେଶ୍ଵର ରୁ ୧, ଜଗତସିଂହପୁର ରୁ ୧, ସମ୍ବଲପୁରର ରୁ ୩, ପୁରୀ ରୁ ୩, ଅନୁଗୁଳ ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେସିଙ୍ଗ ହେଇଛି ଏବଂ ରିପୋର୍ଟ ଆସିବା ବାକି ଅଛି।ପ୍ରାଥମିକ ରିପୋର୍ଟ ରୁ ଜଣା ପଡ଼ୁଛି ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରୁ ଯାଞ୍ଚ୍ ଚାଲିଛି। ଯେଉଁ ମାନଙ୍କର ଫରେନ୍ ଫେରନ୍ତା ହୀଷ୍ଟ୍ରି ନାହିଁ। ଆଗରୁ କେବେ ଯାଇଥିଲେ କି ତାହା ଯାଞ୍ଚ କରାଯିବ।ଯଦି ନାହିଁ ଆମେ ନିଶ୍ଚିତ ଭାବରେ ଧରିବା କଥା କମ୍ୟୁନିଟିରେ ଆମର ଓମିକ୍ରନ୍ ଅଛି।

ଓମିକ୍ରନ ରୋଗୀ ବଢ଼ିବେ ତାକୁ ଆମେ କେଉଁଭଳି ଭାବରେ ମୁକାବିଲା କରିବା।ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଉଛି ୯୦ ପ୍ରତିଶତ ଲୋକ ଲକ୍ଷଣ ନଥାଇ ହୋମ ଆଇସୋଲେଶନ ରେ ଅଛନ୍ତି। ପ୍ରଥମ ଓ ଦ୍ଵିତୀୟ ୱେବରେ ଯେଉଁ ସରଭିଲାନ୍ସ କରାଯାଇଥିଲା ତାକୁ ଆହୁରି ଜୋର୍ ଦାର କରାଯିବ। ଯେଉଁମାନେ ହୋମ ଆଇସୋଲେସନରେ ରୋଗୀ ରହିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବା ଦରକାର ଏବଂ ସେମାନଙ୍କର ଚିକିତ୍ସା କରାଯିବା ଦରକାର। ଏହା ସହ ଟୀକା କରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like