Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତକୁ ନେଇ କେସ ଥିଲେ ତୁରନ୍ତ ଜଣାଅ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ କୋର୍ଟରେ କେସ ଥିଲା ତୁରନ୍ତ ଜଣା ଅ। ଏନେଇ ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଜିଲାପାଳ ମାନେ ଆସନ୍ତା 7 ତାରିଖ ଅପରାହ୍ନ 4 ଟା ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କ ନୁର୍ଦେଶ ଦେଉଛନ୍ତି। ଯାହାଫଳରେ ନିର୍ବାଚନ ଘୋଷଣା ନେଇ କିଛି ଅସୁବିଧା ହେବ ନାହିଁ ବୋଲି କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ସହିତ ରାଜ୍ୟ ନିର୍ବାଚନ କମିଶନ ୧୦ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କମିଶନଙ୍କ ସଚିବ ସବୁ  ରାଜନୈତିକ ଦଳମାନଙ୍କୁ ଚିଠି ଲେଖିଛନ୍ତି । ୧୦ତାରିଖ ଦିନ ୧୧ଟା ୩୦ରେ ଗୀତି ଗୋବିନ୍ଦ ସଦନରେ ବୈଠକ ବସିବ । କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ ।

ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କିପରି କୋଭିଡ ପ୍ରୋଟକଲରେ ନିର୍ବାଚନ ହେବ ସେନେଇ ବି ଆଲୋଚନା ହେବାର ସୂଚନା ରହିଛି । ସେପଟେ ସଂକ୍ରମଣ ସମୟରେ ନିର୍ବାଚନ ହେବା ଉଚିତ କି ନାହିଁ ତାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । କଂଗ୍ରେସ କହିଛି, ସଂକ୍ରମଣ ବଢିଲେ ନିର୍ବାଚନ ଘୁଞ୍ଚିବା ଦରକାର । ବିଜେପି କହିଛି, ସଂକ୍ରମଣକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଉଚିତ । ବିଜେଡିର ମତ ଯଦି ୟୁପି ଭଳି ଦେଶରେ ସାଧାରଣ ନିର୍ବାଚନ ହୋଇ ପାରିବ ପଞ୍ଚାୟତ ନିର୍ବାଚନ କଟକଣା ଭିତରେ କରିବା ଅସୁବିଧା କେଉଁଠି ?

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...