Connect with us

Hi, what are you looking for?

ଅନ୍ତର୍ଜାତୀୟ

ଦେଶରେ ଓମିକ୍ରନ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ନେଲା ପ୍ରଥମ ଜୀବନ। ରାଜସ୍ଥାନର ଉଦୟପୁରରୁ ପ୍ରଥମ ମୃତ୍ୟୁ ଘଟିଛି। ତାଙ୍କର ବୟସ ୭୨ ବର୍ଷ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଓମିକ୍ରନ ଭାରିଆଣ୍ଟରେ ପ୍ରାଣ ହରାଇଥିବା ଉଦୟପୁରର ଏହି ବୃଦ୍ଧଙ୍କ ଡିସେମ୍ବର ୧୫ରେ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁଯାୟୀ ବୃଦ୍ଧ ମଧୁମେହ, ଉଚ୍ଚ ରକ୍ତଚାପ ପରି ଅନେକ ରୋଗରେ ପୂର୍ବରୁ ପୀଡିତ ଥିଲେ।  ଚିକିତ୍ସା ପରେ ଡିସେମ୍ବର ୨୧ରେ ତାଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା।

ଡିସେମ୍ବର 25 ତାରିଖରେ ଜିନୋମ ସିକ୍ୟୁନ୍ସିଂର ସେ ଓମିକ୍ରନର ଶୀକାର ହୋଇଥିବା ଜଣା ପଡିଥିଲା। ତେବେ ଏହାର ଛଅ ଦିନ ପରେ ଅର୍ଥାତ ଡିସେମ୍ବର ୩୧ ଭୋର ସକାଳ ପ୍ରାୟ ସାଢେ ୩ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧ ଟିକାର ଉଭୟ ଡୋଜ୍ ନେଇ ସାରିଥିଲେ।

ଉଦୟପୁରର ବୃଦ୍ଧଙ୍କ ମୃତ୍ୟୁ ଉପରେ ଉଦୟପୁର ଡିଭିଜନର ସିଏମଏଚଓ ଡ. ଦିନେଶ ଖରାଡି ଏହା ପୂର୍ବରୁ ସୂଚନା ଦେଇଥିଲେ ଯେ, କୋଭିଡ୍ ପରେ ନିମୋନିଆରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧଙ୍କ ଯାତ୍ରାକାଳୀନ ଇତିହାସ ବିଷୟରେ କୌଣସି ସୂଚନା ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...