Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅଙ୍ଗନବାଡି କର୍ମୀଙ୍କ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡୀ ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକା ମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ସେମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି ।

୧. ଅଙ୍ଗନବାଡୀ କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

୨. ମିନି ଅଙ୍ଗନବାଡୀ କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

୩. ଅଙ୍ଗନବାଡୀ ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ନୂତନ ପ୍ରୋତ୍ସାହନ ରାଶି ପିଚ୍ଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି । ଏହାଦ୍ବାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକା ଉପକୃତ ହେବେ । ଏହି ଘୋଷଣା ଦ୍ବାରା ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନବାଡୀ କର୍ମୀ ଉପକୃତ ହେବେ ।

ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି (Paid Medical Leave) ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...