Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା, ଅନ୍ୟ ଜିଲ୍ଲା ଶବ ମନା

ଭୁବନେଶ୍ୱର: କରୋନା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା। ପୁରୀ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ କରିପାରିବେ ନାହିଁ। ସୋମବାରଠାରୁ ଲାଗିବ ଏହି କଟକଣା। ଜିଲ୍ଲା ତଥା ରାଜ୍ୟରେ କୋଭିଡ୍ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ସ୍ବର୍ଗଦ୍ବାରର କିଛି କର୍ମଚାରୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଛି। କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ କେବଳ ପୁରୀ ଜିଲ୍ଲାର ଲୋକେ ଶବଦାହ କରିପାରିବେ। ପରିସ୍ଥିତି ସ୍ଵାଭାବିକ ହେଲେ ପୁନଃ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଅନୁମତି ଦିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like