Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବାୟୁରେ ୫ ମିନିଟ ରହୁଛି କରୋନାର ନୂଆ ଭୁତାଣୁ ଓମିକ୍ରନ

ଭୁବନେଶ୍ୱର: ଓମିକ୍ରନ ଭୂତଣୁ ବାୟୁରେ 5 ମିନିଟ ଯାଏ ସକ୍ରିୟ ରହୁଛି । ସଂକ୍ରମଣ କରୁଛି। ୨୦ମିନିଟ ପରେ ଏହା ପ୍ରଭାବ ହୀନ। ବାୟୁରେ 5 ମିନିଟ ରହିବା ପରେ ଏହା ଆଉ ସଂକ୍ରମଣ କରୁନି। ତେଣୁ ଯଦି ଆମେ ମାସ୍କ ପିନ୍ଧିବା ଓମିକ୍ରନରୁ ବର୍ତ୍ତି ପାରିବା । ଓମିକ୍ରନ ହେଲେ ବହୁମାତ୍ରାରେ ତଣ୍ଟି ଦରଜ ହେଉଛି । ନାକ ବୋହିବା, ଛିଙ୍କ ଓ ଜ୍ୱର ହେଉଛି । କିନ୍ତୁ ଏହା 4-5 ଦିନରେ ଭଲ ହୋଇଯାଉଛି । ଷ୍ଟଡି କହୁଛି, ଜଣେ ଓମିକ୍ରନ ଚିହ୍ନଟ ହେବା ଅର୍ଥ ଆଉ 60ରୁ 90 ଜଣ ଓମିକ୍ରନ ଆକ୍ରାନ୍ତ ଅଛନ୍ତି ଯେଉଁମାନେ କି ସ୍ୱଳ୍ପ ଲକ୍ଷଣ ବା ଲକ୍ଷଣ ହୀନ କିନ୍ତୁ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଏହା ଗୁରୁତର ରୋଗ କରୁନି, ସମାଜରେ ହର୍ଡ ଇମ୍ୟୁନିଟି ହୋଇଯିବ । ଏବେ ମୁମ୍ବାଇ ପିକ ରେ ପହଞ୍ଚି ଗଲାଣି । ଆଗାମୀ 10-12 ଦିନରେ ଓଡ଼ିଶା ପିକରେ ପହଞ୍ଚିବ । ସେପର୍ଯ୍ୟନ୍ତ କେସ ଲୋଡ଼ ବଢ଼ିବ । ତାକୁ ନେଇ ଭୟଭୀତ ହେବା ଅନୁଚିତ । ତୃତୀୟ ଲହରରେ ଏଯାଏଁ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଇନି । ଏବେ ସାଧାରଣ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କଲେ 50%ଙ୍କ ପାଖରେ ଓମିକ୍ରନ ବାହାରିବ । ଏବେ ଘରେ ଘରେ ଓମିକ୍ରନ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ । ତେଣୁ ସଭିଏ କୋଭିଡ ଅନୁକୂଳ ନିୟମ ମାନନ୍ତୁ କହିଛନ୍ତି ଡାକ୍ତର ନିରୋଜ ମିଶ୍ର।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...