Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ ନେଇ କଂଗ୍ରେସ ଗଠନ କଲା କମିଟି: ଉଦ୍ଦେଶ୍ୟ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜଧାନୀଠୁ ନେଇ ଗାଁ ଗଣ୍ଡାରେ ରାଜନୀତି ସରଗରମ। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚାରିଆଡରେ ଚର୍ଚ୍ଚା। ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ନିଜର ସ୍ଥିତି ଦୃଢ କରିବା ସହିତ ଅଧିକରୁ ଅଧିକ ସିଟ୍ ଜିତିବାକୁ ବିଜେଡି, ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ କଂଗ୍ରେସ ନିର୍ବାଚନ କମିଟି ଗଠନ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ ଅଛନ୍ତି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନକୁ ଆଖି ଆଗରେ ରଖି ୧୮ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କମିଟି ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଏବଂ ପରିଚାଳନା କରିବ। ନରସିଂହ ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ  କରାଯାଇଥିବା ବେଳେ ଯଜ୍ଞେଶ୍ଵର  ବାବୁଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଚିରଞ୍ଜୀବ ବିଶ୍ଵାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁର ରାଉତରାୟ, ତାରା ବାହିନୀପତି, ମହମ୍ମଦ ମୋକିମ, ସପ୍ତଗିରି ଉଲାକା, ସନ୍ତୋଷ ସିଂହ ସାଲୁଜା କମିଟିରେ ସଦସ୍ୟ ଅଛନ୍ତି।

ସବୁଠୁ ବଡ଼ କଥା ହେଲେ ଯେ କଂଗ୍ରେସର ଏ କମିଟି ଗଠନ ପ୍ରଶ୍ନ ଉଠାଇଛନ୍ତି ଅନେକ କର୍ମୀ। ଯେତେବେଳେ ପଂଚାୟତ ନିର୍ବଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ହଠାତ କମିଟି ଗଠନ କରିବାକୁ ମନେପଡିଲା। ବର୍ତ୍ତମାନ କମିଟି କାହାକୁ ପର୍ଥୀ ଚୟନ କରିବାକୁ ସମର୍ଥ ହେବ କି। କିମିଟି କେତେବେଳ ବସିବ ଆଉ ପ୍ରାର୍ଥୀ ଚୟନ କରିବ। ହାତରେ ଆଉ ସମୟ ନାହିଁ। ନା କେବଳ ଆଇ ୱାସ କରିବା ପାଇ କମିଟି ଗଠନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...