Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସହାୟତ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଘୋଷଣା ଅନୁଯାୟୀ, ପୂର୍ବରୁ ଥିବା ମୃତ୍ୟୁ ଜନିତ ଅନୁକମ୍ପା ରାଶି ବଢ଼ାଇଯାଇଛି । ଏଣିକି ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ହେଲେ ମିଳିବ ଏହି ଅନୁକମ୍ପା ରାଶି । ସେହିପରି ଯଦି ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲା । ତେବେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ । ହିଂସାରେ ଯଦି କୌଣସି ଅଙ୍ଗ ନଷ୍ଟ ହୁଏ । ତେବେ ୧୫ ଲକ୍ଷର ଟଙ୍କାର ଅନୁକମ୍ପା ରାଶି ମିଳିବ । ସେହିଭଳି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା । ନିକଟ ସମ୍ପର୍କୀୟଙ୍କୁ ଏହି ଅନୁକମ୍ପା ରାଶି ଦେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୧/୦୮: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ...