Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୟଭୀତ ହୁଅ ନାହିଁ, ସର୍ତକ ରୁହ:ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଏବେ ତୃତୀୟ ଲହର ଜାରି ରହିଛି। ଓମିକ୍ରନ ପାଇଁ ସଂକ୍ରମଣ ବଢୁଛି। ତେଣୁ ଆମକୁ ଆଉ କିଛି ଦିନ ଜଗିରଖି କଟକଣା ଭିତରେ ଚଳିବାକୁ  ହେବ। ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍ ମାନିବାକୁ ପଡିବ। ଅବହେଳା କଲେ ସମସ୍ତେ ଅସୁବିଧା ଭୋଗିବା। ବର୍ତ୍ତମାନ ସୁଧା ଜୀବନଜୀବିକା ଗରୁତ୍ବ ଦେଇ କଟକଣା କରାଯାଇଛି। ରାଜ୍ୟରେ କରୋନା ସ୍ଥିତି ନେଇ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଗତ ୭ ଦିନ ଧରି ୧୦ ରୁ ୧୧ ହଜାର କୋଭିଡ୍ ସଂକ୍ରମଣ ରହୁଛି। ଅବହେଳା କଲେ ଏହି ସଂଖ୍ୟା ଆହୁରି ବଢିପାରେ। ତେଣୁ ବାହାରକୁ ଗଲେ ଠିକ୍‌ରେ ମାସ୍କ ପିନ୍ଧନ୍ତୁ।  ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି। ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ ଦରକାର ପଡୁଛି। ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ।

ସେ କହିଛନ୍ତି ଆସନ୍ତା କିଛି ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରନ୍ତୁ। କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରIଙ୍କୁ ସହଯୋଗ କରନ୍ତୁ। ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅବହେଳା କଲେ ସଂକ୍ରମଣ ବଢିବ ଆଉ ସମସ୍ତେ ଅସୁବିଧା ଭୋଗିବା। ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସେଥିପାଇଁ ରାଜ୍ୟରେ ଲକଡାଉନ୍ କି ସଟଡାଉନ ଲାଗୁ କରାଯାଇ ନାହିଁ। ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ଏବଂ  ବୟସ୍କଙ୍କୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖନ୍ତୁ।  ମାସ୍କ ପିନ୍ଧିବା ସହ ଗହଳି ଜାଗାକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଜନତାଙ୍କ ଅପିଲ୍ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...