Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

୫୦ବର୍ଷୀୟ ମହିଳାଙ୍କ ପେଟରୁ ବାହାରିଲା ସାଢ଼େ ୧୦ କେଜିର ଟ୍ୟୁମର

ଭୁବନେଶ୍ୱର୨୦/୧: ୫୦ ବର୍ଷୀୟ ଜଣେ ମହିଳାଙ୍କ ପେଟରୁ ବାହାରିଲା ୧୦.୫ କେଜି ଓଜନର ଟ୍ୟୁମର। ଏହାକୁ ଅସ୍ତ୍ରୋପଚାର କରି ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍ପିଟାଲର ସର୍ଜନ । କଳାହାଣ୍ଡି ଅଂଚଳର ୫୦ ବର୍ଷିୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସଫଳତାର ସହ ଏହାକୁ ବାହାର କରିପାରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍‌ । ଦୀର୍ଘ ଦୁଇ ବର୍ଷ ଧରି ମହିଳା ଜଣଙ୍କର ପେଟ ଅସ୍ୱାଭାବିକ ଭାବେ ଫୁଲି ରହିଥିବା ବେଳେ ସେ ଠିକ୍‌ ଭାବରେ ଚଲାବୁଲା ମଧ୍ୟ କରି ପାରୁନଥିଲେ ।

ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇ ନିରାଶ ହେବା ପରେ ଶେଷରେ ସମ୍‌ ହସ୍ପିଟାଲକୁ ଆସି ଡାକ୍ତର ପଣ୍ଡାଙ୍କ ନିକଟରେ ଏହି ମହିଳା ଜଣକ ଚିକିତ୍ସା ଆରମ୍ଭ କରିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିବାର ଜଣାପଡିଥିଲା ଏବଂ ତାଙ୍କ ତଳିପେଟରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବା ଜଣାପଡିଥିଲା ।ଏପରି ସମସ୍ୟାକୁ ଲିୟୋମାୟୋସାରକୋମା କୁହାଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଏହା ଏକ ବଡ ଟ୍ୟୁମର ଥିଲା ଏବଂ ପେଟ ଭିତରେ ଅନ୍ୟ ଅଙ୍ଗ ଗୁଡିକ ସହ ମଧ୍ୟ ଏହା ଯୋଡ଼ି ହୋଇ ରହିଥଲା । ତେଣୁ ଟ୍ୟୁମରଟିକୁ ଅନ୍ୟ ଅଙ୍ଗ ଗୁଡିକ ଠାରୁ ଅଲଗା କରି ଅସ୍ତ୍ରୋପଚାର ଜରିଆରେ ବାହାର କରିବା ଖୁବ୍‌ କଷ୍ଟକର ଥିଲା ।

ତେବେ ଅତ୍ୟନ୍ତ ଯତ୍ନ ଓ ସତର୍କତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଏଭଳି ସମସ୍ୟା ଆରମ୍ଭରୁ ଜଣାପଡେ ନାହିଁ ଏବଂ ପରବର୍ତ୍ତୀ ଅବସ୍ଥାରେ ଏହା ଗୁରୁତର ହୋଇ ଉଠିଥାଏ । ତେଣୁ ଆମେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଛୁ ଏବଂ ରୋଗୀ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ଡାକ୍ତର ପଣ୍ଡା କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ପଣ୍ଡାଙ୍କ ସମେତ ଅସ୍ତ୍ରୋପଚାର ଟିମରେ ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଶାଶ୍ୱତ ପଟ୍ଟନାୟକ ଓ ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସି. ପ୍ରଥମେଶ ଏବଂ ଡାକ୍ତର କେ. ବିକାଶ ପ୍ରମୁଖ ସାମିଲ୍‌ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...