Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସେନସେକ୍ସରେ ଚଳିତ ବର୍ଷର ସବୁଠୁ ବଡ଼ ଧରଣର ହ୍ରାସ, ମୁଁଣ୍ଡରେ ହାତ ଦେଇ ବସିଲେ ନିବେଶକ

ଭୁବନେଶ୍ୱର୨୪/୧: ଖସିଲା ସେନସେକ୍ସ। ଚିନ୍ତାରେ ନିବେଶକ। । ଆଜି ସେୟାର ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । ଯାହାକି ଚଳିତ ବର୍ଷର ସବୁଠାରୁ ବଡ଼ି ହ୍ରାସ । ଆଜି ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେନ୍‌ସେକ୍ସ ୧୫୪୫.୬୭ ଅଙ୍କ ଖସି ୫୭,୪୯୧.୫୧ରେ ବନ୍ଦ ରହିଛି । ଅନ୍ୟପଟେ ନିଫ୍ଟି ୪୬୮.୦୫ ଅଙ୍କ ଖସି ୧୭,୧୪୯.୧୦ ପଏଣ୍ଟ୍‌ ତଳକୁ ଚାଲିଆସିଛି । ଏଥିସହିତ ଲଗାତାର ୫ ଦିନ ଧରି ସେୟାର ମାର୍କେଟ୍‌ରେ ହ୍ରାସ ପରିଲିକ୍ଷିତ ହୋଇଛି  ।

ନାୟକା, ଜମାଟୋ ଏବଂ ପେଟିଏମ୍‌ ଭଳି କମ୍ପାନୀର ଷ୍ଟକ୍‌ରେ ପ୍ରଭାବ ପଡ଼ିଛି । ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍‌ ଆଜି ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଯାହାଫଳରେ ନିବେଶକଙ୍କୁ ୧୦ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି । ଆଜି ଅପରାହ୍ନ ୨.୦୯ ସମୟରେ ବଜାରରେ ବର୍ଷର ସବୁଠାରୁ ବଡ଼ ହ୍ରାସ ହୋଇଥିଲା । ସେନ୍‌ସେକ୍ସ ୧୭୦୭ ପଏଣ୍ଟ୍‌ ଖସି ୫୭,୩୨୩ ଅଙ୍କକୁ ଚାଲିଆସିଥିଲା । ନିଫ୍ଟିରେ ମଧ୍ୟ ୫୬୪ ଅଙ୍କ ହ୍ରାସ ପାଇ ୧୭,୦୫୨କୁ ବଜାର ଖସି ଆସିଥିଲା ।

ତେବେ ୫ଦିନ ମଧ୍ୟରେ ସେନ୍‌ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି । ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୨୧୮୫ ପଏଣ୍ଟ୍‌ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ଅଙ୍କ ଖସିଥିଲା । ସେନ୍‌ସେକ୍ସରେ ବଡ଼ ହ୍ରାସ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍‌ ଏବଂ ଇନ୍‌ଫୋସିସ୍‌ର ହୋଇଛି । ଏହି କ୍ଷତିରେ କେବଳ ଆର୍‌ଆଇପିଏଲ୍‌ ୧୭୮ ଅଙ୍କ କ୍ଷତି ହୋଇଛି । ଏଥିସହିତ ଇନ୍‌ଫୋସିସ୍‌ର ୧୨୧, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧୦୪ ଅଙ୍କ ହ୍ରାସ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...