Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସାଧାରଣ ତନ୍ତ୍ର ଦିବସ ପାଇଁ ଜାରି ହେଲା କୋଭିଡ ଗାଇଡ଼ ଲାଇନ, ଦେଖନ୍ତୁ କେମିତି କିଏ ପାଳନ କରିବେ

ଭୁବନେଶ୍ୱର: ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ନେଇ ରାଜ୍ୟ ସରକାର କଟକଣା କରିଛନ୍ତି। ଗାଇଡ଼ ଲାଇନରେ ରାଜ୍ୟ ସରକାର ସାଧାରଣ ତନ୍ତ୍ର ଦିବସକୁ ପାଳନ କରିବାକୁ ଅନୁମତି ତ ଦେଇଛନ୍ତି କିନ୍ତୁ କିଛି କଟକଣା ଲାଗୁକରିଛନ୍ତି। ବ୍ୟକ୍ତିଗତ ଭାବେ ଘରେ ଗଣତନ୍ତ୍ର ଦିବସ କରିବାକୁ କୁହାଯାଇଛି। କିନ୍ତୁ ୫ଜଣ ରୁ ଅଧିକ ଏକାଠି ହେବେ ନାହିଁ। ଅନୁଷ୍ଠାନ ମାନଙ୍କରେ ଗଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ୧୦ଜଣରୁ ଅଧିକ ଏକାଠି ହୋଇ ପାଳନ କରିପାରିବେ ନାହିଁ। ସମସ୍ତେ କୋଭିଡ ଗାଇଡ଼ ଲାଇନ ମାନି ପାଳନ କରିବକୁ ସରକାର ଗାଇଡ ଲାଇନରେ ପ୍ରକାଶ କରିଛନ୍ତି। ସମସ୍ତେ ମାସ୍କ ପିନ୍ଧିବା ସହ ସାମଜିକ ଦୂରତ୍ୱ ରଖି କରି ପାଳନ କରିବାକୁ କୁହାଯାଇଛି। ଏ ନେଇ ଏସ ଆର ସି ଗାଇଡ଼ ଲାଇନ ଜାରି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like