Connect with us

Hi, what are you looking for?

ଜାତୀୟ

ନିର୍ବାଚନ ପ୍ରଚାର ପାଇଁ କଟକଣା କୋହଳ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନୂଆ ଗାଇଡ଼ ଲାଇନ ଜାରି କଲେ ନିର୍ବାଚନ କମିଶନ। ପୂର୍ବରୁ ଲଗାଯାଇଥିବା କଟକଣାରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ସମୀକ୍ଷା ବୈଠକ ପରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ନିର୍ବାଚନୀ ରାଲି ଉପରେ ଲାଗୁ ହୋଇଥିବା ରୋକକୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ବଢାଯାଇଛି। ତେବେ ଆୟୋଗ ବର୍ତ୍ତମାନ ୧୦୦୦ ଲୋକଙ୍କ ସହିତ ସଭା କରିବାକୁ ଅନୁମତି ଦେଇଛନ୍ତି। ଇନଡୋର ବୈଠକରେ ଏବେ ୩୦୦ ବଦଳରେ ୫୦୦ ଜଣ ସାମିଲ୍ ହୋଇ ପାରିବେ। ଏହା ବ୍ୟତୀତ ୨୦ ଜଣଙ୍କୁ ନେଇ ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରି ପାରିବେ।

ଗତ ଜାନୁଆରୀ ୨୨ରେ ହୋଇଥିବା ବୈଠକରେ ନିର୍ବାଚନ ଆୟୋଗ ପାଞ୍ଚ ରାଜ୍ୟରେ ରାଲି ଏବଂ ରୋଡ୍ ଶୋ ଉପରେ ରୋକ୍ ଅବଧିକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତେବେ ଯେଉଁ ବିଧାନସଭା ଅଞ୍ଚଳରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନ ଅଛି, ସେଠାରେ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ଜନସଭା କରିବାକୁ ଅନୁମତି ଦେଇଥିଲେ। ଏଥିସହ ଘର ଘର ବୁଲି ପ୍ରଚାର କରିବା ନିୟମରେ କୋହଳ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like