Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଦୁର୍ନୀତି ବିରୋଧରେ ଏକାଠି ହେଲେ ଦ୍ବୀପାଞ୍ଚଳବାସୀ

ଅସ୍ତରଙ୍ଗ: ଏକାଠି ହେଲେ ଦ୍ବୀପାଞ୍ଚଳବାସୀ। ଦୁର୍ନୀତି ହଟାଇବାକୁ ସ୍ୱର ମିଶାଇଲେ। ଲଗାତାର ଭାବରେ ଶାସକ ଦଳର ପଞ୍ଝାରେ ରହିଥିବା ଏହି ପଞ୍ଚାୟତ ଦୁର୍ନୀତିର ପାହାଡ଼ ଭଳି ଛିଡା ହୋଇଛି। ସବୁ ଗାଁର ଲୋକେ ବୀତସ୍ପୃହ ହୋଇପଡିଲେଣି। ତେଣୁ ଆଉ ଦଳ ନୁହେଁ ଏବେ ଜଣେ ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି ସ୍ଥାନୀୟ ଲୋକେ। ଏହି ମେଳି ଏବେ ଅପରପକ୍ଷ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ତାଳଦା ପଂଚାୟତରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି। ଘର ଘର ବୁଲି ପ୍ରଚାର କରୁଛନ୍ତି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ରହିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ରହିଛନ୍ତି। ଠିକାଦାରରୁ ରାଜନେତା ବନି ଥିବା ପ୍ରତାପ ପରିଡାଙ୍କ ପୁଅ ଦୀପକ ପରିଡା ପ୍ରାର୍ଥୀ ହୋଇଛନ୍ତି। ପ୍ରଚାର ସମୟରେ ସିଧା ସଳଖ ଲୋକେ ତାଙ୍କୁ ପ୍ରଶ୍ନ କରିଛନ୍ତି, କି ଆଜିଯାଏ କେଉଁଠି ଥିଲ, କଣ ବିକାଶ କରିଛ। ଏଭଳି ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି। ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀନି ଜ୍ୟୋସ୍ନା ରାଣୀ ଛାଟୋଇ ମଧ୍ୟ ଘର ଘର ବୁଲି ପ୍ରଚାର କରୁଛନ୍ତି। ସମସ୍ତଙ୍କୁ ଥରେ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ତାଙ୍କ ସହିତ ମଧ୍ୟ ଯୁବଗୋଷ୍ଠୀ ରହିଛନ୍ତି। ଦୁର୍ନୀତିରେ ଅଣନିଶ୍ୱାସୀ ହୋଇପଡିଥିବା ଏହି ଅଞ୍ଚଳର ସଚେତନ ନାଗରିକ ଆଗାମୀ ଦିନରେ କାହାକୁ ବାଛୁଛନ୍ତି ତାକୁ ଅପେକ୍ଷା।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like