Connect with us

Hi, what are you looking for?

ଜାତୀୟ

ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର, ଟେଟ୍ରା ପ୍ୟାକେଟରେ ମିଳିବ ମଦ, କମିବ ଦର

ଭୁବନେଶ୍ୱର:   ମଦକୁ ପିଇବାକୁ ଭଲ  ପାଉଥିବା ଲୋକଙ୍କ ପାଇଁ  ଖୁସି ଖବର  । ବର୍ତ୍ତମାନ ଦିଲ୍ଲୀର ଫଳ ରସ ତଥା ଜୁସ୍‌ ପରି ଟେଟ୍ରା ପ୍ୟାକ୍‌ରେ  ମିଳିବ ମଦ । ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପାଇଁ ଅବକାରୀ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି।

ସୂଚନା ଅନୁଯାୟୀ, ଦିଲ୍ଲୀରେ ଏହା ପ୍ରଥମ ଥର ପାଇଁ ଏଭଳି ଟେଟ୍ରା ପ୍ୟାକ୍‌ରେ ମଦ ମିଳିବ । ଏହି ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ଏପ୍ରିଲ ୧ ରୁ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ, ମଦ ବ୍ୟବସାୟ କରୁଥିବା ସମସ୍ତ କମ୍ପାନୀ ଏପ୍ରିଲ ୧ ରୁ ସେମାନଙ୍କ ବ୍ରାଣ୍ଡ ଗୁଡିକର ରେଜିଷ୍ଟର କରିବେ । କାହିଁକି ନା ମଦ ବୋତଲ ଗୁଡିକ ପ୍ରାୟତ ଭାଙ୍ଗିବାର ବହୁତ ଆଶଙ୍କା ରହିଥାଏ । ଅନେକ ଥର ଗ୍ରାହକଙ୍କୁ ହାତରୁ ଖସିଯିବା ସହ ଅନେକ ଅଘଟଣ ମଧ୍ୟ ଘଟିଥାଏ। ଏପରି ପରିସ୍ଥିତିରେ, ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଟେଟ୍ରା ପ୍ୟାକ୍ ଏକ ଭଲ ବିକଳ୍ପ। ଏହି ପ୍ୟାକ୍‌ ଗୁଡିକ ଧରିବା ହାଲୁକା ଏବଂ ସହଜ ହେବ । ଏଥି ସହିତ, ଟେଟ୍ରା ପ୍ୟାକରେ ମିଳୁଥିବା ମଦ ମଧ୍ୟ ସେହି ବୋତଲ ଅପେକ୍ଷା ଶସ୍ତାରେ ମିଳିବ।

ଦିଲ୍ଲୀରେ ନୂଆ ନୀତି ଲାଗୁ ହେବା ପରେ ଦିଲ୍ଲୀ ସରକାର ୮୪୯ ଟି ଦୋକାନ ଆବଣ୍ଟନ କରିଛନ୍ତି, ସେଥିମଧ୍ୟରୁ ୫୫୨ ଟି ଦୋକାନ ଖୋଲିଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ୬୯୨ଟି ବିଭିନ୍ନ ବ୍ରାଣ୍ଡର ମଦ ରେଜିଷ୍ଟର ହୋଇଛି । ଏଥିମଧ୍ୟରେ ୨୧୯ ହ୍ବିସ୍କି, ୪୬ ରମ୍, ୮୮ ବିୟର, ୬୭ ଭୋଡକା, ୨୧୬ଟି ୱାଇନ୍‌ ଏବଂ ୬ ଟି ବ୍ରାଣ୍ଡି ସାମିଲ୍‌ ଅଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like