Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୌର ନିର୍ବାଚନ: ବସିଲା ସର୍ବଦଳୀୟ ବୈଠକ, ସତ୍ୟ ପାଠ ବାଧ୍ୟତାମୂଳକ, ଦେଖନ୍ତୁ କିଏ କଣ ପ୍ରସ୍ତାବ ଦେଲେ

ଭୁବନେଶ୍ୱର:  ପୌର ନିର୍ବାଚନ ପାଇଁ ଆଜି ଠୁ ଆରମ୍ଭ ହେଲା ପ୍ରକ୍ରିୟା। ରାଜ୍ୟ ନିର୍ବାଚନ କମିଶନଙ୍କ ଅଧକ୍ଷତାରେ ବସିଲା ସର୍ବ ଦଳୀୟ ବୈଠକ।  ସର୍ବଦଳୀୟ ବୈଠକ ପରେ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଭୋଟର ତାଲିକା ସଂଵୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ରାଜନୈତିକ ଦଲମାନଙ୍କୁ ଅଧ୍ୟକ୍ଷ ଏବଂ ମେୟର ସିଧାସଳଖ ଭାବେ ନିର୍ବାଚନ ହେବ ବୋଲି ଅବଗତ କରାଇଛୁ।ଆଗାମୀ ନିର୍ବାଚନ ରେ କାଉନସିଲର ଏବଂ କର୍ପୋରେଟର ମାନଙ୍କ ଭୋଟ ଗ୍ରହଣ ଇଭିଏମ ମଧ୍ୟମ ରେ ପୌର ନିର୍ବାଚନ ହେବ।ପ୍ରତି ବୁଥ କୁ ଦୁଇଟି ଲେଖାଏଁ ଇଭିଏମ ଯୋଗାଇ ଦିଆଯିବ।ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ।ପ୍ରାର୍ଥୀ ମାନେ ସତ୍ୟପାଠ ଦେବା ବାଧ୍ୟତାମୂଳକ।ନୂଆ କରି ଶପଥ ପତ୍ର ବାଧ୍ୟତାମୂଳକ କରାଯାଇଛି,ପ୍ରାର୍ଥୀ ମନେ ନଦେଲେ ପ୍ରାର୍ଥୀପତ୍ର ନାକଚ ହେବ।

ସର୍ବଦଳୀୟ ବୈଠକରେ ବିଜେପି 3 ଟି ଦାବି ରଖିଛି…
ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ 6 ଦିନ ବଦଳରେ 10 ଦିନ କରାଯାଉ।ଆପତ୍ତି ଅଭିଯୋଗ ର ଶୁଣାଣି 1 ଦିନ ବଦଳରେ 3 ଦିନ କରାଯାଉ।ଅଧିକାରୀ ମାନଙ୍କୁ ନିର୍ଦେଶ ଦିଅନ୍ତୁ ଦଳୀୟ ନେତା ଓ ପ୍ରାର୍ଥୀ ମାନଙ୍କୁ ଦ୍ଵନ୍ଦ ସୃଷ୍ଟି ଙ୍କରନ୍ତୁ।

କଂଗ୍ରେସ ଦାବି କରିଛି ହେହେତୁ ପଞ୍ଚାୟତ ନିର୍ବାଚନ ଜାରି ରହିଛି ସର୍ବଦଳୀୟ ବୈଠକ ଆଗକୁ ଘୁଞ୍ଚାଜାଉଁ ,ଭୋଟର ତାଲିକା ସଂଶୋଧନ ପଞ୍ଚାୟତ ନିର୍ବାଚନ ପରେ କରାଯାଉ ।

ବିଜେଡି ନିର୍ବାଚନ ଆୟୋଗ ଙ୍କ ସମସ୍ତ କାର୍ଯ୍ୟକ୍ରମ କୁ ସମର୍ଥନ କରିଛି।ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯାଉ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like