Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ, କେଉଁଠି କେଉଁ ବ୍ୟବସ୍ଥା ହୋଇଛି ଦେଖନ୍ତୁ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା। ନିର୍ବାଚନ କମିଶନଙ୍କ କହିଛନ୍ତି ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେନି। ୧୪ ତାରିଖ ୭ ଟା ପରେ ରହି ପାରିବେନି । ନିର୍ବାଚନ ର ୩୬ ଘଣ୍ଟା ପୂର୍ବରୁ ଲାଉଡ଼ ସ୍ପିକର ବନ୍ଦ କରାଯିବ।ସେହି ଅଞ୍ଚଳ ଖାଲି କରାଯିବ। ପ୍ରଥମ ପର୍ଯ୍ୟାୟ ୧୬ ତାରିଝରେ ୩୦ ଜିଲ୍ଲା ୭୧ ବ୍ଲକ ୨୦୦ ଜିଲ୍ଲା ପରିଷଦ,୧୬୬୯ ପଞ୍ଚାୟତ,୨୨ ହଜାର ୩୭୯. ୱାର୍ଡ ମେମ୍ବର୍ ପାଇଁ ହେବ ନିର୍ବାଚନ।୬୭.୫୧ ଲକ୍ଷ ଭୋଟର ମତଦାନ କରିବେ । ପୋଲିଂ ଅଧିକାରୀ ମାନେ ୧୪ ତାରିଖ ଓ ୧୫ ତାରିଖ ଯିବେ। କେତେ ସମ୍ବେଦନଶୀଳ ବୁଥ ରହିଛି ଚିହ୍ନଟ ଚାଲିଛି। ସେହି ସବୁ ବୁଥ ରେ ଅଧିକ ପୋଲିସ ରହିବେ। ଭିଡିଓ ଗ୍ରାଫି କରାଯିବ। ସ୍ତ୍ରଙ୍ଗ ରୁମ ରେ ସିସି ଟିଭି ରଖାଯିବ। ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର  ଆଦିତ୍ୟ ପ୍ରସାଦ ପାଢ଼ୀ ।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like