Connect with us

Hi, what are you looking for?

ବିଜିନେସ

ଧସିଲା ସେନସେକ୍ସ, ଏକାଥରେ ୧୭୪୭ ପଏଣ୍ଟ ଡାଉନ

ଭୁବନେଶ୍ୱର:   ସପ୍ତାହର ପ୍ରଥମ  ଦିନର  ଧସିଲା  ସେୟାର ବଜାର। ସୋମବାର  ସେନସେକ୍ସ ୧୭୪୭.୦୮ ଅଙ୍କ ଅର୍ଥାତ ୩ ପ୍ରତିଶତ ତଳକୁ ଖସିଛି। ସେନସେକ୍ସ କ୍ରାସ ହେବ ପରେ  ୫୬,୩୪୧. ୫୯ରେ ବନ୍ଦ ହୋଇଛି। ସେହିପରି ନିଫ୍ଟୀ ୫୩୧.୯୫ ପଏଣ୍ଟ ଅର୍ଥାତ ୩.୦୬ ପ୍ରତିଶତ ହ୍ରାସ ସହ ୧୬,୮୪୨.୮୦ ପଏଣ୍ଟରେ ବନ୍ଦ ହୋଇଛି । ବିଏସଇରେ ଆଜି ଟିସିଏସକୁ ଛାଡି ଅନ୍ୟ ସମସ୍ତ ସେୟାର ଲାଲ ସଂକେତରେ ବନ୍ଦ ହୋଇଛି।

ଟାଟା ଗ୍ରୁପର କମ୍ପାନି ଟାଟା ଷ୍ଟିଲରେ ସବୁଠାରୁ ଅଧିକ ହ୍ରାସ ରେକର୍ଡ ହୋଇଛି। ଟାଟା ଷ୍ଟିଲର ସେୟାରରେ ୫.୪୬ ପ୍ରତିଶତ ହ୍ରାସ ହୋଇଛି। ବ୍ୟାଙ୍କିଂ ସେୟାର ଗୁଡିକରେ ବଡ ହ୍ରାସ ଘଟିଛି । HDFC ଏବଂ SBIର ସେୟାରରେ ମଧ୍ୟ ୫ ପ୍ରତିଶତରୁ ଅଧିକ ତଳକୁ ଖସି ବନ୍ଦ ହୋଇଛି। ଆଇସିଆଇସିଆଇର ସେୟାର ୪.୭୩ ପ୍ରତିଶତ ତଳକୁ ଖସିଛି । ଏହାଛଡା କୋଟକ ବ୍ୟାଙ୍କ ୪.୪୭ ପ୍ରତିଶତ ଏବଂ ଆକ୍ସିସ ବ୍ୟାଙ୍କ ୩.୭୦ ପ୍ରତିଶତ ତଳକୁ ଖସିଛି।

ସେୟାର ମାର୍କେଟରେ ଲିଷ୍ଟେଡ୍ କମ୍ପାନି ଗୁଡିକର ବଜାର ପୁଞ୍ଜି ୨୫୫.୬୧ ଲକ୍ଷ କୋଟିକୁ ଖସି ଆସିଛି। ଏହା ପୂର୍ବରୁ ଶୁକ୍ରବାର ଏହା ୨୬୩.୪୭ ଲକ୍ଷ କୋଟି ଟଙ୍କା ଥିଲା। ସୋମବାର ନିବେଶକଙ୍କୁ ୮ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି।

ସୂଚନାଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧି ସ୍ଥିତି ଯୋଗୁଁ ବଜାରରେ ଭୟର ମାହୋଲ ରହିଛି। ଏହି କାରଣରୁ ଦ୍ରବ୍ୟ ଗୁଡିକର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟୁଛି। ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୯୬ ଡଲାରରେ ପହଞ୍ଚିଛି, ଯାହା ଭାରତ ପାଇଁ ଚିନ୍ତା ବଢାଇପାରେ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like