Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: କାଲି ଦ୍ଵିତୀୟ ପର୍ଯ୍ୟାୟ ଭୋଟ, ୭୪୭ ପ୍ରାର୍ଥୀ ଦେବେ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପାଇଁ କାଲି ଦ୍ଵିତୀୟ ପର୍ଯ୍ୟାୟ ଭୋଟ।  ଦ୍ବିତୀୟ ପର୍ଯ୍ୟାୟରେ ୧୮୬ ଜିଲ୍ଲାପରିଷଦ ଜୋନରେ ୭୪୭ ପ୍ରାର୍ଥୀ ଦେବେ ଭାଗ୍ୟ ପରୀକ୍ଷା।  30 ଜିଲ୍ଲାର ୧୫୧୪ ପଂଚାୟତ ର  ୨୦  ହଜାର ୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତକାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। କାଲି ଭୋଟ ଗ୍ରହଣ ବେଳେ   ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ଦିତୀୟ ପର୍ଯ୍ୟାୟ ପାଇଁ  ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ।  ଭୋଟିଂ ସମୟ ୭ଟା ରୁ ୧ଟା ଧାର୍ଯ୍ୟ କରାଯାଇଛି।  ଏହି  ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯାଇ ଲାଇନରେ  ଠିଆ ହୋଇ ଭୋଟ ଦେବେ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like