Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମାର୍ଚ୍ଚ 24ରେ ପୌର ଭୋଟ, 26ରେ ଭୋଟ ଗଣତି

ଭୁବନେଶ୍ୱର:ପୋୖର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୋୖର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ 24ରେ ପୋୖର ଭୋଟ୍। 26 ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା। ଏହା କେବଳ ପୋୖରଞ୍ଚଳରେ ଲାଗୁ ହେବ। ଫେବୃୟାରୀ 28ରେ ଵିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ 2ରୁ 7 ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। 14 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏପ୍ରିଲ 8ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ 7 ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ। 106 ପୋୖର ପରିଷଦରେ ହେବ ନିର୍ବାଚନ। 47 muncipality ଓ 59 ଏନଏସିରେ ହେବ ନିର୍ବାଚନ। ଏହା ସହ 3 ମହାନଗର ନିଗମ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁରରେ ପୋୖର ନିର୍ବାଚନ ହେବ। ଏଥର ପୋୖର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ। ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ରହିବ। ଏଥର ନୋଟା ମଧ୍ୟ ରହିବ। ସମୁଦାୟ 41 ଲକ୍ଷ ଭୋଟ୍ ର ମତଦାନ ସାବ୍ୟସ୍ତ କରିବେ। 106ଟି ପୋୖର ପରିଷଦରେ 1731ଟି ୱାର୍ଡ ର 3030ଟି ବୁଥ ରହିଛି ଏବଂ 27 ଲକ୍ଷରୁ ଅଧିକ ଭୋଟ୍ ର ରହିଛନ୍ତି। ସେହିପରି 3ଟି ପୋୖର ନିଗମରେ 168ଟି ୱାର୍ଡରେ 1407ଟି ବୁଥ ରେ 14 ଲକ୍ଷ 26 ହଜାରରୁ ଅଧିକ ଭୋଟର ଅଛନ୍ତି। ଏଥରକ ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ। ଗୋଟିଏ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତି ତାଲିକା ଦେବେ। ଆଉ ଗୋଟିଏ ପରିବାର ସମ୍ପର୍କରେ ତଥ୍ୟ ଦେବେ।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like