ଭୁବନେଶ୍ୱର: ବିଜେଡି ରଣନୀତି ଆଗରେ ଫେଲ ମାରିଲେ ବିରୋଧୀ। ଖାତା ଖୋଲିବାକୁ ବି ସମର୍ଥ ହେଲେନି ବିରୋଧୀ। ମାଟି କାମୁଡି ପଡିଛନ୍ତି। ତାହାର ଜ୍ୱଳନ୍ତ ଉଦାହରଣ ଭୋଟ ଗଣତି ଫଳାଫଳ କହୁଛି। ତୃତୀୟ ଦିନ 12 ଟା ସୁଦ୍ଧା ୯ଟି ଜିଲ୍ଲାରେ ବିଜେପି ଖାତାଖୋଲି ପାରିନାହିଁ। କଂଗ୍ରେସ ୧୯ ଟି ଜିଲ୍ଲାରେ ଖାତା ଖୋଲିପାରିନାହିଁ।

୨୦୧୨ ର ରେକର୍ଡ ଭାଙ୍ଗିଲା ବିଜେଡି।୨୦୧୨ ରେ ବିଜେଡି ୬୫୪ ସିଟରେ ଜିତି ଥିବା ବେଳେ ଚଳିତ ଥର 748 ସିଟରେ ଟ୍ର ଆଗୁଆ ଅଛି। ବିଜେପି 50 ଏବଂ କଂଗ୍ରେସ 36 ସିଟରେ ଆଗୁଆ। ବର୍ତ୍ତମାନ ସୁଦ୍ଧା ୩୦ଜିଲ୍ଲାରେ ବିଜେଡି ଜିଲ୍ଲାପରିଷଦ ଗଠନ ନିମନ୍ତେ ଟ୍ରେଣ୍ଡ ଅନୁଯାୟୀ ସମର୍ଥ।


























