ଅସ୍ତରଙ୍ଗ: ନଇଗୁଆଁ ଗ୍ରାମ ପଞ୍ଚାୟତ ବିଜେଡି ହାତରୁ ଖସି ଯାଇଛି। ଏକଦା ବିଜେଡିର ଗଡ଼ ଥିବା ଏହି ପଞ୍ଚାୟତ ଚଳିତ ନିର୍ବାଚନରେ ନୂଆ ଟ୍ରେଣ୍ଡ ଆଣିଛି। ଏଠାରେ ରାଜ କରିବାକୁ ଯାଉଛି କଂଗ୍ରେସ। ସମୟ ଥିଲା ଏଠାରେ ଗବ ଗଛ ଛିଡା କଲେ ବି ଜିତିବ ବୋଲି କହି ଆସୁଥିବା ତଥା କଥିତ ନେତା ଏବେ ଟେରା ହୋଇଯାଇଛନ୍ତି। ଏଠାରେ କଂଗ୍ରେସର ପ୍ରାର୍ଥୀନି ମଞ୍ଜୁଲତା ଖୁଣ୍ଟିଆ ବିଜୟ ଲାଭ କରିଛନ୍ତି। ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପ୍ରଦୀପ ସାହୁ ମଧ୍ୟ ବିଜୟ ଲାଭ କରିଛନ୍ତି। ଉଭୟ ପ୍ରାୟ ଏକ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ପଂଚାୟତରେ ଦୁର୍ନୀତି ଖୋର ନେତା, ଆର୍ଥିକ ଅନିୟମିତତା, ଯୋଜନା ଲୁଟ ଯୋଗୁଁ ଲୋକେ ଅଣନିଶ୍ୱାସୀ ହୋଇ ପଡିଥିଲେ। ଚାରା ଦୁର୍ନୀତି, ପକ୍କା ଘର ଦୁର୍ନୀତି ସମେତ ଅନେକ କିଛି ଘୋଟଲା ହୋଇଛି।



























