Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଗିରିବାଳା ବେହେରା ହେଲେ କଂଗ୍ରେସର କଟକ ମେୟର ପ୍ରାର୍ଥୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଜୋର ସୋର ହେଲାଣି ସହର ରାଜନୀତି। ବୁଧବାର ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ସିଲ୍‌ଭର ସିଟି କଟକ ପାଇଁ ଘୋଷଣା ହୋଇଛି ମେୟର ପ୍ରାର୍ଥୀ। କଂଗ୍ରେସର ବରିଷ୍ଠ ନେତ୍ରୀ ଗିରିବାଳା ବେହେରା ହୋଇଛନ୍ତି କଟକ ମେୟର ପ୍ରାର୍ଥୀ। ଆଜି ବସିଥିବା ପୌର ନିର୍ବାଚନ ସଂପର୍କିତ ବୈଠକରେ ତାଙ୍କୁ ଚୟନ କରାଯାଇଛି। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ସୂଚନା ଦେଇଛନ୍ତି। ଏଥିସହ କଟକ ସହରର ୫୬ଟି କର୍ପୋରେଟର ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପ୍ରାର୍ଥୀ ଚୟନ ଖୁବଶୀଘ୍ର ହେବ ବୋଲି ଚିରଞ୍ଜୀବ କହିଛନ୍ତି।

ଗିରିବାଳା ବେହେରା କହିଛନ୍ତି, ମୋତେ ମେୟର ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି, ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌ ଓ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି। ସରକାର କଟକ ସହରକୁ ଅବହେଳିତ କରୁଛନ୍ତି। ଏହା ବିରୋଧରେ ଲଢ଼େଇ କରୁଛୁ। ଆମର ଲଢ଼େଇ ଜାରି ରହିବ। ଏହାଛଡ଼ା ଅନ୍ୟାନ୍ୟ ସମସ୍ୟକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆମେ ଦୁର୍ନୀତି ମୁକ୍ତ ଶାସନ କରିବୁ। ଆଶା ରଖିଛୁ କଟକ ମହାନଗର ନିଗମକୁ ଦଖଲ କରିବୁ। ଏଥିପାଇଁ ରଣନୀତି ପ୍ରସ୍ତୁତି ହୋଇଯାଇଛି ବୋଲି ଗିରିବାଳା କହିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like