Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମଧୁସ୍ମିତା ଆଚାର୍ଯ୍ୟ ହେଲେ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ!

ଭୁବନେଶ୍ୱର: କଂଗ୍ରେସର  ଭୁବନେଶ୍ୱର  ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚର୍ଯ୍ୟ।  କାଲି ସକଳେ ବିଧିବଦ୍ଧ ଭାବେ ଘୋଷଣା ହେବ।  ସେଲେକ୍ସନ କମିଟିକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତିନି ଜଣଙ୍କ ନାମ ସୁପାରିଶ କରାଯାଇଥିଲା। ରଶ୍ମି ମହାପାତ୍ର, ସୁଭଦ୍ରା ମିଶ୍ର ଏବଂ  ମଧୁସ୍ମିତା ଆଚର୍ଯ୍ୟ ନାମକୁ କମିଟିକୁ ସୁପାରିଶ କରାଯାଇଥିଲା। କମିଟି ମଧୁସ୍ମିତାଙ୍କ ନାମରେ ମୋହର ମାରିଛି। ସୂଚନା ଅନୁସାରେ   ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତ, ଯୁବ ଉଦ୍ୟୋଗୀ,କ୍ରୀଡା ବିତ, ଓଡିଶୀ ନୃତ୍ୟ ଶିଳ୍ପୀ  । କଲେଜରେ  ମଧ୍ୟ ଛାତ୍ରୀ  ରାଜନୀତିରେ ଜଡିତ ଥିଲେ।  ଏହା ସହିତ  ପୂର୍ବତନ ଧର୍ମଶଳା କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ସେ ପ୍ରତ୍ୟକ୍ଷ ଭାବର ନିର୍ବାଚନ  ପରିଚାଳନା କରୁଥିଲେ।   ସେ ଦୃଷ୍ଟି କୋଣରୁ କଂଗ୍ରେସ ମଧୁସ୍ମିତାଙ୍କ  ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ  ମୟର ଭାବେ ଚୟନ କରିଛନ୍ତି।

ରଶ୍ମି ମହାପତ୍ର ଉପରେ କମିଟି ଭରଷା କରିପାରିଲା ନାହିଁ। କାରଣ ସେ ଏକାମ୍ର ବିଧାୟିକା ପର୍ଥୀ ହୋଇ ପରୀକ୍ଷା ଦେଇସାରିଛନ୍ତି। ସାଧାରଣ ନିର୍ବାଚରେ ଭଲ ପ୍ରଦର୍ଶନ କରି ନଥଲେ। ଏପରିକି କଂଗ୍ରେସ ଭୋଟ ବ୍ୟାଙ୍କ କୁ ରଖିପାରିନଥିଲେ। ସେଥିପାଇଁ କମିଟି ତାଙ୍କୁ   ଭରଷା କରିନଥିଲା।

ସୁଭଦ୍ରା ମିଶ୍ର ବିଜେପି ଚଡି କଂଗ୍ରେସ ରେ ଯୋଗ ଦେଇଥିଲା। ତାଙ୍କର ସେଭଳି କୌଣସି ଆଖିଦୃଶିଆ ପ୍ରଦଶନ କମିଟି ଆଗରେ ଉପସ୍ଥାପନ ହୋଇପାରିଲା ନାହିଁ। ସେଥିପାଇଁ କମିଟି ତାଙ୍କୁ  ବିଶ୍ୱାସକୁ ନେଲା ନାହିଁ।

ମେୟର ନିର୍ବାଚନ ସିଧାସଳଖ ହେଉଥିବାରୁ  କଂଗ୍ରେସ ବିଜେଡି ଓ ବିଜେପି କୁ ଟକର ଦେବା ପାଇଁ ଭଲ ପ୍ରାର୍ଥୀ ଦେଇଛି। ବବବ୍ବବ୍ବବ୍ବବ୍ବବ

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like