Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଖୁବଶୀଘ୍ର ଘୋଷଣା କରିବ ବିଜେଡି

ଭୁବନେଶ୍ୱର: କଂଗ୍ରେସର  ଭୁବନେଶ୍ୱର  ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚର୍ଯ୍ୟ।  ଆଜି  ବିଧିବଦ୍ଧ ଭାବେ ଘୋଷଣା କଲା କଂଗ୍ରେସ।  ସେଲେକ୍ସନ କମିଟିକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତିନି ଜଣଙ୍କ ନାମ ସୁପାରିଶ କରାଯାଇଥିଲା। ରଶ୍ମି ମହାପାତ୍ର, ସୁଭଦ୍ରା ମିଶ୍ର ଏବଂ  ମଧୁସ୍ମିତା ଆଚର୍ଯ୍ୟ ନାମକୁ କମିଟିକୁ ସୁପାରିଶ କରାଯାଇଥିଲା। କମିଟି ମଧୁସ୍ମିତାଙ୍କ ନାମରେ ମୋହର ମାରିଛି। ସୂଚନା ଅନୁସାରେ   ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତ, ଯୁବ ଉଦ୍ୟୋଗୀ,କ୍ରୀଡା ବିତ, ଓଡିଶୀ ନୃତ୍ୟ ଶିଳ୍ପୀ  । କଲେଜରେ  ମଧ୍ୟ ଛାତ୍ରୀ  ରାଜନୀତିରେ ଜଡିତ ଥିଲେ।  ଏହା ସହିତ  ପୂର୍ବତନ ଧର୍ମଶଳା କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ସେ ପ୍ରତ୍ୟକ୍ଷ ଭାବର ନିର୍ବାଚନ  ପରିଚାଳନା କରୁଥିଲେ।   ସେ ଦୃଷ୍ଟି କୋଣରୁ କଂଗ୍ରେସ ମଧୁସ୍ମିତାଙ୍କ  ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ  ମୟର ଭାବେ ଚୟନ କରିଛନ୍ତି।

[tps_title][/tps_title][tps_header][/tps_header]

ବିଜେଡି  ଖୁବ ଶୀଘ୍ର ମେୟର ପ୍ରାର୍ଥୀ ଘୋଷଣା କରିବ। ଆଜି ଦିନ 11 ଟା ବେଳେ ବୈଠକ ଶେଷ ହୋଇଛି। ନିଷ୍ପତ୍ତି ଚୂଡାନ୍ତ ହୋଇସାରିଛି। ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ମୋହରକୁ ଅପେକ୍ଷା କରାଯାଇଛି। ଲୋପାମୁଦ୍ର ବକ୍ସିପାତ୍ର, ପ୍ରୀତିନନ୍ଦା ରାଉତରାୟଙ୍କ  ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଏପଟେ ବିଜେପି ମଧ୍ୟ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି।  ଅନୁ ଚୋଧୁରୀ ଏବଂ ଲେଖାଶ୍ରୀ ସମନ୍ତସିଂହର  ଭିତରୁ କାହା ଉପରେ ବାଜିପାରେ ମୋହର।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like