Connect with us

Hi, what are you looking for?

ଜାତୀୟ

ସଂଧ୍ୟାରେ ବସିବ ବିଜେପିର ସଂସଦୀୟ ବୋର୍ଡ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର

ଭୁବନେଶ୍ୱର: ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି। ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି।  ଏହାରି ଭିତରେ ରାଜ୍ୟର ନେତୃତ୍ୱ ଉପରେ ମଧ୍ୟ ବିଚାରବିମର୍ଶ ଆରମ୍ଭ ହୋଇଛି। ଟ୍ରେଣ୍ଡରେ ଉତ୍ସାହିତ ବିଜେପି ଗୁରୁବାର ସଂଧ୍ୟାରେ ନିଜର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସଦୀୟ ବୋର୍ଡର ବୈଠକ ବସିପାରେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ବିଜେପି ମୁଖ୍ୟାଳୟରେ ଦଳୀୟକର୍ମୀଙ୍କୁ ସମ୍ୱୋଧିତ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ସାମିଲ ହୋଇପାରନ୍ତି। ସୂତ୍ର ଅନୁସାରେ ଏହି ବୈଠକରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇପାରେ।

ରେଜଲ୍ଟ ଅନୁସାରେ ବିଜେପି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମ୍ୟାଜିକ୍ ନମ୍ୱର ପାର କରିସାରିଛି। ସେହିପରି ମଣିପୁର ଏବଂ ଗୋଆରେ ସବୁଠାରୁ ବଡ଼ ଦଳ ରୁପେ ସାମ୍ନାକୁ ଆସିଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like