Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା। ମୁଖ୍ୟ ଶାସନ ସଚିବ କରିଛନ୍ତି ଘୋଷଣା। ଏପ୍ରିଲ ୨୯ରୁ ମେ’ ୬ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ। ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ ହେବ
ନିଜ ସ୍କୁଲରେ ନହେଲେ ପାଖ ସ୍କୁଲରେ ପରୀକ୍ଷା ହେବ।
ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ। ମାଟ୍ରିକ ପରୀକ୍ଷା ପାଇଁ ୩ଟି ପଦ୍ଧତିରେ ହେବ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ। ଦୁଇଟି ବିକଳ୍ପ ଓ ଗୋଟିଏ ନୂତନ ମୂଲ୍ୟାୟନ ପଦ୍ଧତିରେ ହେବ ମୂଲ୍ୟାୟନ।

୧ମ ପଦ୍ଧତି : ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣ

୨ୟ ପଦ୍ଧତି : ସମ୍ମେଟିଭ-୨ର ନମ୍ବରର ୨ ଗୁଣ କରାଯିବ।

୩ୟ ପଦ୍ଧତି : ଇଣ୍ଟରନାଲ ଆସେସମେଣ୍ଟରୁ ୨୦%, ସମ୍ମେଟିଭ-୧ରୁ ୩୦% ଓ ସମ୍ମେଟିଭ-୨ରୁ ୫୦% ନିଆଯାଇ ନମ୍ବର ହିସାବ କରାଯିବ।
ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୀ ସର୍ବାଧିକ ମାର୍କ ଥିବ, ତାହା ଚୂଡାନ୍ତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଅଫଲାଇନ୍ ମାଟ୍ରିକ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏପ୍ରିଲ ୨୯ରୁ ମେ ୬ ଭିତରେ ସରିବ ମାଟ୍ରିକ ପରୀକ୍ଷା ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like